ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା

ଆଜିଠୁ ରାଜ୍ୟରେ ପକ୍ଷୀ ଗଣନା । ଆଜିଠୁ ନନ୍ଦନକାନନ ଓ ଆସନ୍ତାକାଲଠୁି ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହେବ । ସେହିପରି ୬ ତାରିଖରୁ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଅଭୟାରଣ୍ୟ ଓ ସମ୍ବଲପୁର ଜିଲ୍ଲୀର ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟେକ୍ସନ କ୍ୟାମ୍ପ କରାଯାଇଛି ।
ଏହାପରେ ୬ରୁ ୧୪ ତାରିଖ ଭିତରେ କୁମ୍ଭୀର ଓ ୧୯ରୁ ଡଲଫିନ୍ ଗଣନା କରାଯିବ । ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ସନ୍ଦିପ ତ୍ରିପାଠୀ । ସେହିପରି ପକ୍ଷୀ ଶିକାରୀଙ୍କ ଉପରେ ବି କଡ଼ା ନଜର ରଖାଯାଉଛି । ଶୀତ ଋତୁ ଆଗମନରେ ଚିଲିକା, ଭିତରକନିକା, ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ହୁଏ।

Share

Leave a Reply

Your email address will not be published. Required fields are marked *

eleven + eleven =