ଏବେ ବି ଦୋଛକିରେ ଦିଲ୍ଲୀପ ରାୟ

ବିଜେଡି ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ରାୟ ତାଙ୍କ ରାଜନୈତିକ ନିଷ୍ପତିରେ ଏବେ ବି ଦୋଛକିରେ ଅଛନ୍ତି । ଆସନ୍ତା ୯ତାରିଖ ଦିନ ସମ୍ଭବତ ସେ ତାଙ୍କର ନିଷ୍ପତି ଭୁବନେଶ୍ୱରରେ ଘୋଷଣା କରିବେ । ତେବେ ଆଜି ସେ ରାଉରକେଲା ଠାରେ ନିଜର ସମର୍ଥକ ଓ ଶୁଭେସ୍ôୁ ମାନଙ୍କର ଏକ ସମାବେଶରେ କହିଛନ୍ତି ଯେ, “ମୁଁ କେଉଁ ଦଳକୁ ଯିବି ନିଷ୍ପତ୍ତି ନେଇ ନାହିଁ। ମୋତେ ବହୁତ ଦଳରୁ ଅଫର୍ ଆସିଲାଣି। ଭାବିଚିନ୍ତି ନିଷ୍ପତ୍ତି ନେବି।”
ସେ ଆହୁରି କହିଛନ୍ତି,“ ବିଜୁ ବାବୁ ମୋ ରାଜନୈତିକ ଗୁରୁ। ସେ ମୋତେ ରାଜନୀତିକୁ ଆଣିଛନ୍ତି। ଯେଉଁ ଦଳକୁ ଗଲେ ମଧ୍ୟ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରହିବି।”
ବୈଠକରେ ଦିଲୀପ ରାୟଙ୍କ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ଏହାସହ ଦୁଇ ଜଣ ପୂର୍ବତନ ନଗରପାଳ କାଳନ୍ଦୀ ବଡ଼ଜେନା ଏବଂ ରମେଶ ବଳ ଉପସ୍ଥିତ ଥିଲେ। ଦିଲ୍ଲୀପ ରାୟ ଯେଉଁ ଦଳକୁ ଗଲେ ମଧ୍ୟ ତାଙ୍କ ପ୍ରତି ସମର୍ଥନ ଜାରି ରହିବ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

16 − 7 =