ବାରିପଦାରେ ରଥଯାତ୍ରାକୁ ଅନୁମତି ଦେବା ଲାଗି ବିଶାଳ ରାଲି

ବାରିପଦା: ଶଙ୍ଖ ଫୁଙ୍କିଲେ, ଘଣ୍ଟ ବଜାଇଲେ। ହାତରେ ଫ୍ଲା’ କାର୍ଡ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କଲେ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ସକାଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବାରିପଦା ରଥଯାତ୍ରା କରିବା ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସହରବାସୀ ଆଜି ଏଭଳି ଢଙ୍ଗରେ ଶୋଭାଯାତ୍ରା କରିଛନ୍ତି। ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି।

ସୂଚନା ଥାଉକି, ଚଳିତ ବର୍ଷ ପୁରୀକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ମଧ୍ୟ ରଥଯାତ୍ରାକୁ ଅନୁମତି ମିଳିନାହିଁ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଦୁଃଖ ପ୍ରକାଶ ପାଇଛି । ସେପଟେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବାରିପଦାରେ ରଥଯାତ୍ରାକୁ ପ୍ରଶାସନ ଅନୁମତି ଦେଉ ବୋଲି ସ୍ଥାନୀୟ ଲୋକେ ଦାବି ରଖିଛନ୍ତି । ବାରିପଦାରେ ୧୫୭୫ ମସିହାରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏଠାରେ ମହିଳାମାନେ ଦେବୀ ଶୁଭଦ୍ରାଙ୍କ ରଥକୁ ଟାଣି ଥାଆନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି ମହାନ ପରମ୍ପରାକୁ ବନ୍ଦ ନ କରିବାକୁ ଦାବି ହୋଇଛି।

Share

Leave a Reply

Your email address will not be published. Required fields are marked *

eighteen + 7 =