କାଲିଠୁ ୩ଦିନ ବ୍ୟାଙ୍କ ବନ୍ଦ

ଶନିବାର ଠାରୁ ୩ଦିନ ଧରି ବନ୍ଦ ରହିବ ବ୍ୟାଙ୍କ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ କାର୍ୟ୍ୟ ।
ବ୍ୟାଙ୍କ କାର୍ୟ୍ୟ ଜାନୁୟାରୀ ୧୨ ତାରିଖ ଅର୍ଥାତ କାଲି ଠାରୁ ଜାନୁୟାରୀ ୧୪ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ଜାନୁୟାରୀ ୧୨ ତାରିଖ ମାସର ଦ୍ୱିତୀୟ ଶନିବାର ହୋଇଥିବା କାରଣରୁ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ ତାରିଖ ରବିବାର ଥିବାରୁ, ସ୍ୱାଭାବିକ୍ ଭାବେ ବ୍ୟାଙ୍କ କାର୍ୟ୍ୟ ବନ୍ଦ ରହିବ । ଏହା ପରେ ଜାନୁୟାରୀ ୧୩ ତାରିଖ ଅର୍ଥାତ ସୋମବାର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ପାଇଁ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
ତେବେ କ୍ରମାଗତ ୩ଦିନ ଧରି ବ୍ୟାଙ୍କ ଗୁଡିକ ବନ୍ଦ ରହୁଥିବାରୁ ବଜାରରେ ଅର୍ଥାଭାବ ଭଳି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏଟିଏମ ଗୁଡିକରେ ମାତ୍ରାଧିକ ଟଙ୍କା ରଖାଯିବା ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ କିଛି ସୂଚନା ହସ୍ତଗତ ହୋଇପାରିନାହିଁ । ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସହ ଜଡିତ କିଛି ଜରୁରୀ କାମ ରହିଛି, ତେବେ ଆଜି ହିଁ ତାକୁ ଶେଷ କରିନିଅନ୍ତୁ । କାହିଁକି ନା କ୍ରମାଗତ ଭାବେ ୩ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ କାର୍ୟ୍ୟ ।

Share

Leave a Reply

Your email address will not be published. Required fields are marked *

five + fifteen =