ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ

ଭୁବନେଶ୍ୱର()   ଅଡିଓ ଭାଇରାଲ ନେଇ ୨ ଜଣଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଉଭୟଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ ପ୍ରଦାନ କରାଯାଇଛି ।  ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି ।  ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରକାଶ ।

ଜାମିନ ମିଳିଯିବାରୁ ପୁଲିସ ଉଭୟଙ୍କୁ କୋର୍ଟରେ ହାଜର କରାଇଛି ।  ୩ ଦିନିଆ ରିମାଣ୍ଡ ସରିବା ପୂର୍ବରୁ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି ।  କରୋନା ଅନୁଭୂତି ସମ୍ପର୍କିତ ଅଡିଓ ନେଇ ପୁଲିସ ଉଭୟଙ୍କୁ ଗିରଫ କରିଥିଲା ।  ଉଭୟଙ୍କୁ ରାତି ଅଧିଆ ଉଠାଇ ନେଇ ପୁଲିସ ଗିରଫ କରିଥିଲା ।

Share

Leave a Reply

Your email address will not be published. Required fields are marked *

20 − 13 =