କେରଳକୁ ଆଉ ୫କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ଭୟଙ୍କର ବନ୍ଯାରେ କବଳିତ କେରଳ ପାଇଁ ଦେଶ ତଥା ଦେଶ ବାହାରୁ ସହାୟତାର ହାତ ବଢିବାରେ ଲାଗିଛି  ।ଗତ ଦୁଇ ଦିନ ତଳେ ଓଡିଶା ସରକାର କେରଳକୁ ୫କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ । ଘଟଣାର ଗୁରୁତ୍ୱ ତଥା ପରିସ୍ଥିତିକୁ ନଜରରେ ରଖି ଆଜି ଆଉ ୫ କୋଟି ଟଙ୍କା ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ରାଶି ଘୋଷଣା କରାଯାଇଛି । ଏହା ସହ ପ୍ରାୟ ୮କୋଟି ଟଙ୍କା  ଦାମର ୫ ଶହ ମେଟ୍ରିକ ଟନ୍ ପଲିଥିନ୍ ସିଟ୍ ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏଭଳି ସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିବା ସହିତ କେରଳ ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନଙ୍କ ସହିତ ଟେଲିଫୋନ୍‌ ଯୋଗେ ଆଲୋଚନା କରିତିଲେ। ଓଡ଼ିଶା ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ  । ଏତଦ୍ ବ୍ୟତିତ ରାଜ୍ୟ ସରକାର କେରଳ ସରକାରଙ୍କୁ ତଥା ଉଦ୍ଧାରକାର୍ୟ୍ୟରେ ସହଯୋଗ କରିବା ପାଇଁ ୨୪୫ ଜଣିଆ ଉଦ୍ଧାରକାରୀ ଟିମ୍  ପଠାଇଥିଲେ ା

 

Share

Leave a Reply

Your email address will not be published. Required fields are marked *

12 + fourteen =