୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର()  ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ  ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି ।

ସମୀକ୍ଷା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି ।  କିଛି କିଛି ଖାଲୁଆ ଅଞ୍ଚଳରେ ପାଣି ଜମିଥିଲା । ଏବେ ସ୍ଥିତି ସ୍ୱାଭାବିକ ରହିଛି ।  କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବଶୀଘ୍ର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ଦେବେ ।

ଏହାଛଡ଼ା ୨୪ ଘଣ୍ଟା ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।  ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ଆସିବାର ଅଛି । ଏନେଇ ସ୍ପଷ୍ଟ ହେଲେ ବ୍ୟବସ୍ଥା ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × five =