ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ଅରୁଣ

ଭୁବନେଶ୍ୱର : ଯୋଜନାର ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ନପାରିଲେ ଖିଲାପୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୃଷକମାନଙ୍କୁ ଉଦ୍ୟାନ କୃଷି ତରଫରୁ ଯୋଗାଇ ଦିଅ ।ଯାଉଥିବା କୃଷି ସାମଗ୍ରୀ ଯେପରି ଉନ୍ନତ ମାନର ଓ ପର୍ଯ୍ୟାପ୍ତ ପରିମାଣର ହୋଇପାରିବ ସେଥି ନିମନ୍ତେ ସଠିକ୍ ଯାଞ୍ଚ ଓ ନିୟମିତ ସମୀକ୍ଷା କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିିର୍ଦେଶ ଦେଇଛନ୍ତି ।

ଅ।ଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ଉତ୍ତରାଞ୍ଚଳ ରାଜସ୍ୱ ଜିଲ୍ଲାଗୁଡ଼ିକର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକ ମାନଙ୍କର ସମୀକ୍ଷା ବୈଠକରେ ଯୋଗେଦଇ ମନ୍ତ୍ରୀ ଡ. ସାହୁ ବିଭାଗ ଦ୍ୱାରା ଜିଲ୍ଲାରେ ହେଉଥିବା ର୍ନିମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରତିମାସରେ ସମୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ । ଏଥି ସହିତ କୌଣସି ପ୍ରକାରର ଅ।ର୍ଥିକ ଅସଂଗତି ପରିଲକ୍ଷିତ ହେଲେ ଦୃଢ଼ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ରାଜ୍ୟରେ ଉଦ୍ୟାନ କୃଷିର ବିସ୍ତୃତ ସୁଯୋଗ ରହିଥିବା ଓ କୃଷକମାନଙ୍କ ଆୟ ବୃଞ୍ଚି ଦିଗରେ ଫଳ, ପନିପରିବା ଅ।ଦି ଚାଷୀ ସହାୟକ ହେଉଥିବା ସ୍ଥଳେ ଅଧିକରୁ ଅଧିକ ଉଦ୍ୟାନ କୃଷି ପ୍ରତି ଅ।ଗ୍ରହ ପ୍ରକାଶ କରିବେ ସେଥି ପ୍ରତି କ୍ଷେତ୍ର କର୍ମଚାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ନିମନ୍ତେ ଅଧିକରୁ ଅଧିକ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ଯେଉଁସବୁ ଅଞ୍ଚଳରେ ପାରମ୍ପରିକ ଭାବରେ ପନିପରିବା ଚାଷ ହେଉଛି ସେଥିପ୍ରତି ଅଧିକ ଧ୍ୟାନ ଦେବା ପାଇଁ କହିଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-ଟି କୁ ଉଦ୍ୟାନ କୃଷିର ସମସ୍ତ ଯୋଜନାରେ କଡ଼ାକଡ଼ି ଭାବରେ ଅନୁପାଳନ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ କହିଥିଲେ । ସ୍ୱଚ୍ଛତା ରକ୍ଷା ଦିଗରେ ଉଦ୍ୟାନ କୃଷିର ସମସ୍ତ ତଥ୍ୟ ୱେବସାଇଟ୍ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ବିଭାଗ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ମଧ୍ୟ ଲୋକଲୋଚନକୁ ଅ।ଣିବା ନିମନ୍ତେ ଏହାକୁ ୱେବସାଇଟରେ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ଦିଗରେ ପ୍ରାଥମିକତା ପ୍ରଦାନ କରୁଥିବା ଦୃଷ୍ଟିରୁ ଉଦ୍ୟାନ କୃଷିର ବିଭିନ୍ନ କାଯର୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିଦେ୍ର୍ଦଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଯାଇ ପାରୁଥିବା ଓ ଏହା ଦ୍ୱାରା ଚାଷୀ ଲାଭବାନ ହେଉଥିବା ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ଫଳ ଓ ପନିପରିବାର ଉପକାରିତା ସଂପର୍କରେ ସଚେତନତା ବୃଞ୍ଚି ଓ ଅର୍ଗାନିକ୍ କୃଷି ପଦ୍ଧତି ସଂପର୍କରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ କୁଚିଣ୍ଡା ଓ ଦେବଗଡ଼ ଅଞ୍ଚଳରେ ଲଙ୍କା ପ୍ରକ୍ରିୟାକରଣ, ଦେବଗଡ଼ରେ କମଳା ଓ ଲିଚୁର ପ୍ରକ୍ରିୟାକରଣ ସଂପର୍କରେ ବିଭାଗ ଦ୍ୱାରା ନିଅ।ଯାଉଥିବା ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଅ।ଲୋଚନା କରିଥିଲେ । ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନ କୃଷିର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |

Share

Leave a Reply

Your email address will not be published. Required fields are marked *

4 + 8 =