ବସ୍-ଟ୍ରକ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର () ଗଞ୍ଜାମରୁ ଗୁଜୁରାଟ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଏଥିରେ ୭ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । । ଛତିଶଗଡ଼ର ରାୟପୁର ନିକଟବର୍ତୀ ଚେରିଖେଡ଼ିରେ ବସଟି ଏକ ଟ୍ରକ ସହ ମୁହାମୁହିଁ ଧକ୍କା ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ନବୀନ କହିଛନ୍ତି ।

ଅପରପକ୍ଷରେ ଏନେଇ ଛତିଶଗଡ଼ ଡିଜିଙ୍କ ସହ ସମ୍ପର୍କରେ ରହିବାକୁ ଡିଜିପି ଅଭୟଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ତୁରନ୍ତ ରାୟପୁର ଯିବାକୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଗଞ୍ଜାମରୁ ଶ୍ରମିକମାନଙ୍କୁ ନେଇ ବସଟି ସୁରଟ ଅଭିମୁଖେ ଯାଉଥିଲା ।

Share

Leave a Reply

Your email address will not be published. Required fields are marked *

5 × 4 =