କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର()ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ବୟସ ୩୮ ବର୍ଷ । ମହିଳା ଜଣଙ୍କ ସୋରିୟାସିସ୍ ରୋଗରେ ପୀଡିତ ଥିଲେ । ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ଏବଂ ଇମ୍ୟୁନୋସପ୍ରେସାଣ୍ଟ ଔଷଧରେ ଥିଲେ । ତେବେ ତାଙ୍କର ମୃତ୍ୟୁର କାରଣ ମଲ୍ଟି ଅର୍ଗାନ ଫେଲୁଅର ଏବଂ ସେପ୍ଟିକ୍ ସକ୍‌ଜନିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।  ମହିଳା ଜଣଙ୍କର ମୃତ୍ୟୁ କରୋନାଜନିତ ନୁହେଁ ବରଂ ମଲ୍ଟି ଅର୍ଗାନ ଫେଲୁଅର ଏବଂ ସେପ୍ଟିକ୍ ସକ୍‌ଜନିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

 

Share

Leave a Reply

Your email address will not be published. Required fields are marked *

13 − 6 =