ଟ୍ୱିନ୍ ସିଟି ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି

ଭୁବନେଶ୍ୱର () ଚଳିତ ବର୍ଷ ଦାଦାଙ୍କୁ ମାଫ କରାଯିବ ନାହିଁ  । ଯେଉଁଠି ଦାଦାବଟି ଆଦାୟ ଅଭିଯୋଗ ଆସିବ ସାଙ୍ଗେ ସାଙ୍ଗେ ପୁଲିସ ସେଠାରୁ ଟେକି ଆଣିବ  । ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କେତେକ ଦାଦାଙ୍କୁ ଗିରଫ କରିଛି  । ପୁଣି ଦାଦାବଟିକୁ ନା’ ପ୍ରସଙ୍ଗରେ ପୁଲିସ ମହାନିଦେ୍ର୍ଧଶକ ଅଭୟ ପ୍ରେସ ମିଟ କରିଛନ୍ତି  । ଦାଦାବଟିକୁ ରୋକିବା ପାଇଁ ଏବେ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି  । ପୁଲିସ ଡିଜିପି ପ୍ରେସ ମିଟରେ କହିଛନ୍ତି ଯେ, ଦାଦାବଟି ଆଦାୟକୁ ରୋକିବା ପାଇଁ କଟକ ଓ ଭୁବନେଶ୍ୱରରେ ହେଲପଲାଇନ ନମ୍ବର କାମ କରିବ  । ହେଲଲାଇନ ନମ୍ବର ହେଲା ୯୯୩୮୯୧୦୦୦୦  । ଏସଏମଏସ ତଥା ମେସେଜ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ  । ଅଭିଯୋଗକାରୀ ଇଚ୍ଛା କଲେ ନିଜ ନାମ ମଧ୍ୟ ଗୁପ୍ତ ରଖିପାରିବେ ବୋଲି ଡିଜିପି କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

nine − three =