ଘରୋଇ ଡାକ୍ତରଖାନା ପାଇଁ ନୂଆ ନିୟମ

ଭୁବନେଶ୍ବର() ଘରୋଇ ଡାକ୍ତରଖାନା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । ଗାଇଡ଼ଲାଇନ ଅନୁସାରେ ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରହିବ । ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାର ଉତ୍ତମ ବ୍ୟବସ୍ଥା କରାଯିବ । ରକ୍ତଚାପ ଯାଞ୍ଚ ମେସିନ, ଷ୍ଟେଥୋସ୍କୋପ ପ୍ରତି ଯାଞ୍ଚରେ ବିଶୋଧନ କରାଯିବ ।

ସେହିପରି ହଟସ୍ପଟ ଅଞ୍ଚଳରୁ ଆସିଥିବା ରୋଗୀଙ୍କୁ କୋଭିଡ଼ ହସ୍ପିଟାଲକୁ ଡାକ୍ତରମାନେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ଼ ରହିବ । କ୍ଲିନିକ ଆସୁଥିବା ସମସ୍ତ ରୋଗୀଙ୍କର ପଞ୍ଜିକରଣ କରାଯିବ । ଯେଉଁମାନେ ଏହି ନିୟମକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

5 × three =