ଦୁଇ ବର୍ଷରେ ୭୫% କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ମେକ ଇନ ଓଡିଶା ୨୦୧୮ ସମ୍ମିଳନୀରେ ଗ୍ରହଣ କରାଯାଇଥିବା ପୁଂଜିଲଗାଣ ଅଭିପ୍ରାୟକୁ ଆସନ୍ତା ଦଇୁ ବର୍ଷ ମଧ୍ୟରେ ଶତକଡ଼ା ୭୫ ଭାଗ କାର୍ଯ୍ୟକାରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଭୁବନେଶ୍ବରଠାରେ ଅନୁଷ୍ଠିତ ଏହି ଦ୍ବିବାର୍ଷିକ ଫ୍ଲାଗସିପ ପୁଂଜିଲଗାଣ ସମ୍ମିଳନୀ ଗତକାଲି ପ୍ରତ୍ୟେକ କ୍ଷେତ୍ରରୁ ଅଧିକ ଉତ୍ସାହ ଉଦ୍ଦିପନା ତଥା ଏକ ବିରାଟ ସଫଳତାର ସହିତ ଉଦ୍ଯାପିତ ହୋଇଯାଇଛି । ଏହି ସମ୍ମିଳନୀ ଓଡ଼ିଶାର ଶିଳ୍ପଦ୍ୟୋଗୀକ ଯାତ୍ରା କ୍ଷେତ୍ରରେ ଏକ ମାଇଲଖୁ ଭାବରେ ୧୫ଟି ବିଭିନ୍ନ କ୍ଷେତ୍ରରୁ ୪,୧୯,୫୭୪ କୋଟି ଟଙ୍କାର ବିଶାଳ ପୁଞ୍ଜିଲଗାଣ ସହିତ ୫,୯୧,୦୦୦ରୁ ଅଧିକ କର୍ମ ସଂସ୍ଥାନର ଏକ ବିରାଟ ସୁଯୋଗ ଆଣିପାରିଛି । ଚଳିତ ସମ୍ମଳିନୀରେ ପୁଂଜିଲଗାଣରେ ଗ୍ରହଣ କରାଯାଇଥିବା ଏହି ଲକ୍ଷ୍ୟ ବିଗତ ୨୦୧୬ ପ୍ରଥମ ସଂସ୍କରଣଠାରୁ ଦ୍ବିଗୁଣିତ ଥିଲା ଯାହାକି ସେତେବେଳେ ୨.୦୩ ଲକ୍ଷ କୋଟି ଟଙ୍କା ଥିଲା  ।

ଏହି ସମ୍ମିଳନୀରେ ବଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରଥିବା ଭାରତ ତଥା ବିଶ୍ବର ବଭିନ୍ନ ସ୍ଥାନରୁ ଆସିଥିବ । ୫୦୭୪ ଜଣ ମୁଖ୍ୟ ଶିଳ୍ପଦ୍ୟୋଗୀ ଏବଂ ସଦସ୍ୟମାନଙ୍କଠାରେ ବିଶାଳ ଉତ୍ସାହ ଉଦ୍ଦିନା ଦେଖିବାକୁ ମିଳିଥିଲା । ରାଜ୍ୟରୁ ୩୧,୮୦୬ ଜଣ ବ୍ୟକ୍ତି ଏହି ସବୁଠାରୁ ବଡ଼ ଶିଳ୍ପ ସମ୍ମିଳନୀକୁ ପରିଦର୍ଶନ କରିବାକୁ ଆସିଥିଲେ । ଜାପାନ ଏହି ସମ୍ମିଳନୀର ସହଯୋଗୀ ଦେଶ ଭାବରେ ଅଂଶଗ୍ରହଣ କରିଥିଲା ।

ରାସାୟନିକ ଏବଂ ଫଟିଲାଇଜର, ପେଟ୍ରୋକେମିକାଲ, ଖାଦ୍ୟପ୍ରକ୍ରିୟାକରଣ, ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ, ନବୀକରଣୀୟ ଶକ୍ତି ଏବଂ ଇଲେକଟ୍ରାନିକ୍ସ ପ୍ରଭୃତି କ୍ଷେତ୍ରରେ ଏହି ସମ୍ମିଳନୀ ଏକ ବିରାଟ ଶିଳ୍ପ ବୈପ୍ଲବିକ ବୃଦ୍ଧିର ସୁଯୋଗ ସହ ଅନେକଗୁଡିଏ ପୁଂଜିଲଗାଣର ପ୍ରସ୍ତାବକୁ ଏହି ସମ୍ମିଳନୀରେ ଗ୍ରହଣ କରାଯାଇ ଦୂରଦୃଷ୍ଟି ଥିବା ନୂଆ ନୂଆ କର୍ମ ସଂସ୍ଥାନ ସହିତ ରାଜ୍ୟରେ କୁଶଳୀ ଯୁବକମାନଙ୍କୁ ସୁଯୋଗ ସୃଷ୍ଟି କରିବା ଅନ୍ୟ ଏକ ଲକ୍ଷ୍ୟ ଥିଲା ।

ସମ୍ମିଳନୀକୁ ସମ୍ବୋଧିତ  କରି ମୁଖ୍ୟମନ୍ତ୍ରୀ କହିଲେ, ମେକ ଇନ୍ ଓଡିଶା ସମ୍ମିଳନୀ ୨୦୧୮ର ଏହି ଦ୍ବିତୀୟ ସଂସ୍କରଣ ଓଡିଶାର ଶିଳ୍ପ ବୈପ୍ଲବିକ ଇତିହାସରେ ଏକ ସଠିକ୍ ଅର୍ଥ ପ୍ରଦାନକାରୀ ମୁହୂର୍ତ୍ତ ଅଟେ । ଏହି ସମ୍ମିଳନୀରେ ଯୋଗଦେଇଥବା ଶଳ୍ପପତିମାନଙ୍କୁ ମୁଁ ସେମାନଙ୍କର ଓଡ଼ିଶାର ଜନସାଧାରଣ ତଥା ଓଡିଶା ପ୍ରତି ସେମାନେ ପ୍ରକଟ କରିଥିବା ସେମାନଙ୍କର ବିଶ୍ବାସ ପାଇଁ ମୋର ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି । ମୋର ବିଶ୍ବାସ, ଏହି ସମ୍ମିଳନୀରେ ଆସଥିବା ପଲିସି ଇକୋସଷ୍ଟି ମ ତଥା ପୁଞ୍ଜିନିବେଶର ସୁଯୋଗ ଓ ଏହାର ବିଭିନ୍ନ ଅଧିବେଶନରେ ଉପସ୍ଥାପିତ ଗରୁତ୍ବପୂର୍ଣ୍ଣ ବିଷୟବସ୍ତୁ ରାଜ୍ୟକୁ ଦେଶରେ ଏକ ପସନ୍ଦିତା ପୁଂଜିଲଗାଣ ଅବସ୍ଥିତି ରାଜ୍ୟ ଭାବରେ ପରିଚତି କରାଇବ।

ଶଳ୍ପ ସଚିବ ସଞ୍ଜୀବ ଚୋପ୍ରା, କହିଲେ, ସମ୍ମିଳନୀରେ ମଳିଥିବା ସଫଳତା ଅଭିଭୁତ ଅଟେ । ଏହି ସମ୍ମିଳନୀରେ ରହିଥିବା ମୁଖ୍ୟ ବିଷୟବସ୍ତୁ କେବଳ ଯେ ଶଳ୍ପି ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ତାହା ନୁହେଁ ଏହା ରାଜ୍ୟ ସରକାରଙ୍କ ସହତି ଷ୍ଟେକହୋଲଡର଼୍ ମାନଙ୍କୁ ନେଇ ଏକ ଫୋରମ୍ କରିବ ଯାହାକି ଆସନ୍ତା ସଂସ୍କରଣରେ ରାଜ୍ୟର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବିରାଟ ସଫଳ ଆଣିବ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରବୀଣ ବ୍ୟକ୍ତିବିଶେଷଙ୍କଠାରୁ ଆସିଥିବା ଉନ୍ନତ ଚିନ୍ତାଧାରା ପାଇଁ ଆମକୁ ଅତ୍ୟନ୍ତ ଆନନ୍ଦିତ । ୨୦୧୬ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ପ୍ରଥମ ସଂସ୍କରଣରେ ଆସିଥିବା ଶତକଡ଼ା ୬୫ ଭାଗ ପୁଂଜିନିବେଶକୁ ଆମେ ବର୍ତ୍ତମାନ ବିଭିନ୍ନ ସ୍ତରରେ ଏହାକୁ କାର୍ଯ୍ୟକାରୀ ତଥା ଏହାର ପ୍ରସ୍ତାବକୁ ଅନୁମୋଦିତ କରୁଛୁ । ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଧାର୍ଯ୍ୟ ବର୍ତ୍ତମାନ ସଫଳତାର ସ୍ବାଦ ଚାଖିଛି । ଏହି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ କୌଣସ ପ୍ରତିଶୃତିରୁ ଓହରିବୁ ନାହିଁ । ଆସନ୍ତା ଦୁଇବର୍ଷ ପାଇଁ ଏହି ପୁଂଜିଲଗାଣ ଅଭିପ୍ରାୟ ଯୋଜନା ବର୍ତ୍ତମାନ ତଳସ୍ତରରେ ରହିଛି। ମୁଁ  ଆଶାବାଦୀ ଆସନ୍ତା ୫-୧୦ ବର୍ଷ ମଧ୍ୟରେ ଓଡ଼ିଶା ଭାରତର ଶିଳ୍ପଦ୍ୟୋଗୀ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବ ।

ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିବା “ଆଇ ଆମ୍ ଓଡିଶା” ବିଶ୍ବ ସମୁଦାୟ ଆଗରେ ଓଡ଼ିଶା ତଥା ଏହାର ଜନସାଧାରଣଙ୍କର ସଫଳତା ଏବଂ ଲକ୍ଷ୍ୟର ଅଭିପ୍ରାୟକୁ ସଫଳତାର ସହିତ ଉପସ୍ଥାପନ କରିବାରେ ସାହାଯ୍ୟ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଅଭିଯାନରେ ଗ୍ରହଣ କରାଯାଇଥିବା ତିନୋଟି ପ୍ରମୁଖ ବିଷୟକୁ “ପ୍ରାଇଡ ଅଫ୍ ଓଡ଼ିଶା” ଭାବରେ ଏକ ଦୀକ୍ଷାନ୍ତ ଅଧିବେଶନରେ ପୁରସ୍କୃତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

4 − two =