ଦୁବାଇରେ ଆଖି ବୁଜିଲେ ଶିବସେନାର ବିଧାୟକ ରମେଶ ଲଟକେ

ଦୁବାଇରେ ଆଖି ବୁଜିଲେ ବିଧାୟକ । ଦୁବାଇ ବୁଲିବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ । ମୁମ୍ବାଇ ଅନ୍ଧେରୀ ପୂର୍ବରେ ଶିବସେନାର ବିଧାୟକ ରମେଶ ଲଟକେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସେ ଦୁବାଇକୁ ନିଜର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ସେଠାରେ ୫୨ ବର୍ଷରେ ତାଙ୍କର ଜୀବନ ଚାଲିଯାଇଛି ।କୁହାଯାଉଛି ଯେ, ତାଙ୍କୁ ଯେତେବେଳେ ହୃଦଘାତ ଆସିଥିଲା ତାଙ୍କର ପରିବାର ସଦସ୍ୟ ବାହାରକୁ ଯାଇଥିଲେ । ଫଳରେ ତୁରନ୍ତ ଚିକିତ୍ସା ମିଳିପାରିନଥିଲା । ଏବେ ତାଙ୍କ ମୃତଦେହକୁ ମୁମ୍ବାଇ ଫେରାଇ ଆଣିବା ପାଇଁ ପ୍ରୟାସ ଚାଲିଛି ।

ରମେଶ ୨୦୧୪ରେ କଂଗ୍ରେସର ସୁରେଶ ସେଟ୍ଟୀଙ୍କୁ ହରାଇ ପ୍ରଥମ ଥର ବିଧାୟକ ହୋଇଥିଲେ । ୨୦୧୯ରେ ସେ ସ୍ୱାଧିନ ପ୍ରାର୍ଥୀ ଏମ ପଟେଲଙ୍କୁ ପରାସ୍ତ କରିଥିଲେ । ଏହାବ୍ୟତୀତ ସେ ଦୁଇଥର ବିଏମସିର କର୍ପୋରେଟର ମଧ୍ୟ ରହିଥିଲେ । ରମେଶଙ୍କ ନିଦ୍ଧନ ପରେ ଶିବସେନାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମର୍ଥକଙ୍କୁ ବଡ ଝଟକା ଲାଗିଛି ।

ସୂଚନାଯୋଗ୍ୟ,, କିଛି ଦିନ ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନ କରୁଥିବା ବେଳେ ଜଣେ କଂଗ୍ରେସ ନେତାଙ୍କୁ ହୃଦଘାତ ଆସିଥିଲା । ସେଠାରେ ସେ ପ୍ରାଣ ହରାଇଥିଲେ । ସେହିପରି ଟିଏମସି ନେତା ସୁବ୍ରତ ମୁଖାର୍ଜୀଙ୍କର ମଧ୍ୟ ହୃଦଘାଚରେ ଦେହାନ୍ତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

eight + 7 =