ଆଜି ରାଜ୍ୟରେ ୬୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୫ ଜଣ ରହିଛନ୍ତି। ଏଥିସହିତ ଜଗତସିଂହପୁରରୁ ୧୧ ଏବଂ କେନ୍ଦ୍ରାପଡାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳରୁ ୭, ଅନୁଗୁଳ ୫ ଓ ବାଲେଶ୍ୱରରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଭଦ୍ରକ, ମୟୁରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀରେ ୨ ଜଣଙ୍କର ଜୀବନ ଯାଇଛି। ସେହିଭଳି ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ ଓ ନୟାଗଡରେ ଜଣେ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

1 × 2 =