କରୋନା ପାଇଁ ୩ ମାସର ଦରମା ଦାନ ପ୍ରତାପ ଜେନା

ଭୁବନେଶ୍ବର  () ଦେଶର ଅଧିକାଂଶ ରାଜ୍ୟକୁ ବ୍ୟାପିବାରେ ଲାଗିଛି କରୋନା । ଆଉ ଏସବୁ ଭିତରେ ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣକୁ ରୋକିବାକୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଉ ଏସବୁ ଭିତରେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ସିଏମ ରିଲିଫ ଫଣ୍ଡକୁ ଦାନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ତେବେ ସୋମବାର କରୋନା ଫଣ୍ଡକୁ ୩ ମାସର ଦରମା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଫଣ୍ଡକୁ ଦାନ ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପ୍ରତିରୋଧ ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଏନେଇ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେହିପରି ଲୋକଙ୍କ ସହାୟତା ପାଇଁ ବିଜେଡିର ସବୁ ସାଂସଦ ଓ ବିଧାୟକମାନେ ନିଜର ୩ ମାସର ଦରମା ଦାନ କରିବେ । ମାର୍ଚ୍ଚ ୨୯ ସୁଦ୍ଧା ସିଏମ ରିଲିଫ ପାଣ୍ଠିକୁ ଦାନ କରିବାକୁ ଆହ୍ୱାନ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

14 − nine =