ରାଜ୍ୟରେ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦୧୮କୁ ବୃଦ୍ଧିପାଇଛି । କରୋନା ମୃତ୍ୟୁରେ ଗତକାଲି ରାଜ୍ୟରେ ରେକର୍ଡ ସୃଷ୍ଟି ହୋଇଛି । ଏପର‌୍ୟ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁସଂଖ୍ୟା ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ଏହିଦିନ ୪ହଜାରକୁ ଅତିକ୍ରମ କରିଛି ।

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହିତ କଟକରୁ ୫ ଓ ନୟାଗଡରୁ ୫ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି । ସେହଭଳି ବରଗଡ, ବଉଦ ଏବଂ ଢେଙ୍କାନାଳ ଜିଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

Share

Leave a Reply

Your email address will not be published. Required fields are marked *

2 × two =