ପିଲାଙ୍କ ଉପରେ କରୋନା ଟିକା ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଏବେ ପିଲାଙ୍କ ଉପରେ କରୋନା ଟିକାକରଣ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ୨ରୁ ୬ ବର୍ଷ ପର୍ଯ୍ୟନ୍ତ ବୟସର ୫ ଜଣ ପିଲାଙ୍କୁ ଟିକାକରଣ ସରିଛି । ପ୍ରଥମଥର ଦୁଇ ବର୍ଷ ୮ ମାସର ଶିଶଉକୁ ଟିକା ଦିଆଯାଇଛି । କାନପୁର ଦେହାତରେ ଜମେ ଡାକ୍ତର ନିଜ ଶିଶୁ ଉପରେ ଭ୍ୟାକ୍ସିନ ଟ୍ରାଏଲ ପାଇଁ ତାଙ୍କୁ ଟିକା ଦେଇଛନ୍ତି । ତେବେ ଟିକା ଦେବା ପୂର୍ବରୁ ରକ୍ତ ନମୁନା ନିଆଯାଇଥିଲା । ଏହି ଟିକା କୋଭାକ୍ସିନ ପ୍ଲାନ ହିସାବରେ ଦିଆଯାଇଛି ।

କାନପୁର ଡାକ୍ତର ଜେଏସ କୃଶବାହା କହିଛନ୍ତି, ଏପର୍ଯ୍ୟନ୍ତ ୧୨-୧୮ ବର୍ଷର ୨୦ ପିଲାଙ୍କୁ ଟିକା ଡୋଜ୍ ଦିଆସରିଛି । ୬ରୁ ୧୨ ବର୍ଷର ବି ୨୦ ପିଲାଙ୍କୁ ଡୋଜ୍ ଦିଆଯାଇଛି ଓ ୨ରୁ ୬ ବର୍ଷର ୫ ପିଲାଙ୍କୁ ଟିକା ଦିଆଯାଇଛି । ସମସ୍ତେ ସୁସ୍ଥ ଅଛନ୍ତି । ସେମିତି କିଛି ସମସ୍ୟା ପରିଲକ୍ଷିତ ହୋଇନାହିଁ । ତେବେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପିଲାଙ୍କୁ କୋଭିଡରୁ ସୁରକ୍ଷା ଦେବା ପାଇଁ କୋବାଭ୍ୟାକ୍ସ ଭ୍ୟାକ୍ସିନ ଟ୍ରାଏଲ ଜୁଲାଇରୁ ଆରମ୍ଭ କରିବା ନେଇ ସଂକେତ ଦେଇଛି ।

Share

Leave a Reply

Your email address will not be published. Required fields are marked *

fourteen + nine =