ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନର ଆଜି ଶେଷ ଦିନ ହୋଇଥିବାବେଳେ ଆସନ୍ତା କାଲିଠାରୁ ଲକଡାଉନ ବଢିବ କି କୋହଳ ହେବ ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିଯାଇଛି । ଆଜି ଅପରାହ୍ଣ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର‌୍ୟ୍ୟକ୍ରମ ରହିଛି । ସେ ରାଜ୍ୟର କରୋନା ସ୍ଥିତି ଓ ଲକଡାଉନ ସମ୍ପର୍କରେ କିଛି ଜରୁରୀ ଘୋଷଣା କରିପାରନ୍ତି ।

ରାଜ୍ୟରେ ଲାଗି ରହିଛି ଲକଡାଉନ ଓ ସପ୍ତହାହନ୍ତ ସଟଡାଉନ । ଯେଉଁ କାରଣରୁ ଲୋକେ ନାନା ଅସୁବିଧା ଦେଇ ଗତି କରୁଛନ୍ତି । କାମ ହରାଇ ଲୋକେ ଘରେ ବସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଲକଡାଉନ କେବେ ଖୋଲିବ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସେପଟେ ଯଦି ଲକଡାଉନ ଖୋଲେ ତେବେ କଣ କଣ ଗାଇଡଲାଇନ ରହିବ ତାକୁ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ତେବେ ଏହାରି ଭିତରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ।

Share

Leave a Reply

Your email address will not be published. Required fields are marked *

4 × 2 =