ତଳମୁହାଁ କରୋନା ମିଟର, ରାଜ୍ୟରେ ୪୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ସେହିପରି ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୪୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୨୩ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଏହା ତଳକୁ ରହିଛି କଟକ। ଏହି ଜିଲ୍ଲାରୁ ୪୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୨୨୬ଜଣ, ବାଲେଶ୍ୱରରୁ ୩୧୮ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୧୬୫ଜଣ, ବଲାଙ୍ଗୀରରୁ ୫୬ ଜଣ, ବୌଦ୍ଧରୁ ୯୦ଜଣ, କଟକରୁ ୪୧୩ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୨୬ ଜଣ, ଗଞ୍ଜାମରୁ ୪୩ ଜଣ, ଜଗତସିଂହପୁରରୁ ୧୪୦ ଜଣ, ଯାଜପୁରରୁ ୩୭୦ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, କଳାହାଣ୍ଡିରୁ ୯୨ ଜଣ, କନ୍ଧମାଳରୁ ୨୮ ଜଣ, କେନ୍ଦ୍ରାପଡ଼ାରୁ ୫୯ଜଣ, କେଉଁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୧୨ ଜଣ, କୋରାପୁଟରୁ ୮୭ ଜଣ, ମାଲକାନଗିରିରୁ ୭୫ଜଣ, ମୟୁରଭଞ୍ଜରୁ ୨୧୬ଜଣ, ନବରଙ୍ଗପୁରରୁ ୧୧୮ ଜଣ, ନୟାଗଡ଼ରୁ ୧୨୮ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୨୪୩ଜଣ, ରାୟଗଡ଼ାରୁ ୧୩୭ ଜଣ, ସମ୍ୱଲପୁରରୁ ୬୧ଜଣ, ସୋନପୁରରୁ ୬୦, ସୁନ୍ଦରଗଡ଼ରୁ ୧୦୩ ଓ ଷ୍ଟେଟ ପୁଲରୁ ୧୦୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୮,୫୧,୭୮୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୮୯,୦୬୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୯, ୩୬୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

four × two =