ମନୋଜ ମଂଜରୀ ଶିଶୁ ଭବନକୁ 14 ଲକ୍ଷ ଟଙ୍କାର ଅନୁଦାନ

ଭୁବନେଶ୍ବର () କେନ୍ଦୁଝରର ମନୋଜ ମଂଜରୀ ଶିଶୁ ଭବନକୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5-ଟି ସଚିବ ଭି.କେ. ପାଣ୍ଡିଆନ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଗସ୍ତ ଓ ସେଠାରେ ଶିଶୁଙ୍କ ସହ ଆଲୋଚନାର ଗୋଟିଏ ଦିନ ପରେ ଏହି ଅନାଥଆଶ୍ରମକୁ ରାଜ୍ୟ ସରକାର14ଲକ୍ଷ 20 ହଜାର 632 ଟଙ୍କା ଅନୁଦାନ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ବିତୀୟ କ୍ବାଟର ପାଇଁ ଏହି ଅନୁଦାନ ପ୍ରଦାନ କରାଯାଇଛି ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତିର ଏକ ୟୁନିଟ ରାଜ୍ୟ ଶିଶୁ ସୁରକ୍ଷା ସୋସାଇଟି ପକ୍ଷରୁ ଏହି ଅନୁଦାନ ସଂପୃକ୍ତ ଅନାଥଆଶ୍ରମକୁ ପ୍ରଦାନ କରାଯାଇଛି । 5-ଟି ସଚିବ ଏହି ଗସ୍ତ ସମୟରେ ଶିଶୁଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରିବା ସହ ପିଲାମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ସେ ପିଲାମାନଙ୍କ ସହ ଏହି ଅନାଥଆଶ୍ରମରେ ଉପଲବ୍ଧ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × two =