୫ ଦିନ ଯାଏଁ କଲବଲ କରିବ ଅସହ୍ୟ ଗରମ

୫ ଦିନ ଯାଏଁ ଲାଗି ରହିବ ଅସମ୍ଭାଳ ତାତି । ସାରା ରାଜ୍ୟକୁ କଲବଲ କରିବ ଅସହ୍ୟ ଗରମ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ଫଳରେ ୧୦ ଜିଲ୍ଲାରେ ପିଟିବ ଝାଞ୍ଜି ପବନ । ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡିରେ ତାତି ଛଟପଟ କରିବ । ଏସବୁ ଜିଲ୍ଲାର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ ।

ଏହାକୁ ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) । ଦିନ ୧୧ଟାରୁ ୩ଟା ଯାଏ ଘରୁ ବାହାରକୁ ଯାଉଥିବା ଲୋକେ ସତର୍କ ରୁହନ୍ତୁ ଓ ପ୍ରଚୁର ପାଣି ପିଅନ୍ତୁ । ଅସୁସ୍ଥ ବ୍ୟକ୍ତି, ଶିଶୁ ଓ ବରିଷ୍ଠ ନାଗରିକ ବାହାରକୁ ବାହାରନ୍ତୁ ନାହିଁ ବୋଲି ସତର୍କ କରାଯାଇଛି । ଗୁରୁବାର ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ଥିଲା ।

Share

Leave a Reply

Your email address will not be published. Required fields are marked *

eleven + 8 =