୧୫ ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ

ଦିଲ୍ଲୀରେ ଅନୁଷ୍ଠିତ ୧୫ ତମ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡ଼ିଶାର କମାଲ । ଏହି ପ୍ରତିଯୋଗିତାରେ ଓଡିଶାକୁ ୬ ଟି ପଦକ ମିଳିଛି । ତେବେ ପଦକ ନେଇ ଓଡିଶା ଫେରିବା ପରେ ସଫଳ ପ୍ରତିଯୋଗୀଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ଭେଟି ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍ଠିତ ଜାତୀୟ କିକ ବକ୍ସିଙ୍ଗ ପ୍ରତିଯୋଗିତାରେ ଓଡିଶାରୁ ୬ ଜଣ ଅଂଶଗ୍ରହଣ କରିଥିଲେ ।
ଏମାନଙ୍କ ମଧରୁ ସ୍ନେହଲ କୁମାର ଜେନା କିକ ଲାଇଟ କ୍ୟାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶୁଭ୍ରମ ପାଣି ଲୋ-କିକ କ୍ୟାଟେଗୋରୀରେ ସିଲଭର ମେଡାଲ ପାଇଛନ୍ତି । ସେହିପରି ଅନିତା ଏକ୍କା କିକ ଲାଇଟ କ୍ୟାଟେଗୋରୀରେ ସ୍ବର୍ଣ୍ଣ, ସନ୍ୟାସୀ ମୁଥମାଝିଙ୍କୁ କିକ ଲାଇଟ କ୍ୟାଟେଗୋରୀରେ ସିଲଭର, ଏସ ପ୍ରଧାନଙ୍କୁ ପଏଣ୍ଟ ଫାଇଟ କ୍ୟାଟେଗୋରୀରେ ସିଲଭର ଏବଂ ଯସ୍ମିନ ସିଂଙ୍କୁ କିକ ଲାଇଟରେ ସିଲଭର ମେଡାଲ ମିଳିଛି ।

Share

Leave a Reply

Your email address will not be published. Required fields are marked *

five + sixteen =