ହେଲମେଟ୍ ପାଇଁ ହଜାରେ ଗଣିଲେ ମନ୍ତ୍ରୀ ଓ ବିଧାୟକ

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ସ୍ୱରୁପ ଦାସଙ୍କୁ ଧରିଲା ଟ୍ରାଫିକ୍ ପୋଲିସ । ବିନା ହେଲ୍‌ମେଟ୍‌ରେ ବାଇକ୍‌ରେ ଉଭୟ ଯାଉଥିବାରୁ ଜିରିମାନା ଗଣିଛନ୍ତି ବୋଲି ସୂଚନା ମିଳିଛି । ବାଇକ୍ ମାଲିକଙ୍କ ନାଁରେ କଟାହେଲା ଚାଲାଣ । ଫାଇନ୍ ଦେଲେ ବିଧାୟକ । ବାଲେଶ୍ୱର ହେମକାପଦା ଛକରେ ହେଲମେଟ୍ ଯାଞ୍ଚ ବେଳେ ଧରାପଡ଼ିଲେ । ମନ୍ତ୍ରୀଙ୍କ ପଛରେ ବସାଇ ବାଇକ୍ ଚଲାଉଥିଲେ ବିଧାୟକ ସ୍ୱରୁପ ଦାସ । ବିଭିନ୍ନ ସ୍କୁଲ୍‌କୁ ଯାଞ୍ଚ ପାଇଁ ଯିବା ସମୟରେ ଟ୍ରାଫିକ୍‌ରେ ଧରାପଡ଼ିଥିଲେ । ବାଇକ୍ ମାଲିକଙ୍କ ନାଁରେ ୧ ହଜାର ଚାଲାଣ କାଟିଥିଲା ଟ୍ରାଫିକ୍ ପୋଲିସ । ପରେ ଟ୍ରାଫିକ୍ ଥାନାରେ ପହଞ୍ଚି ୧ ହଜାର ଫାଇନ୍ ଦେଇଥିଲେ ବିଧାୟକ ।

Share

Leave a Reply

Your email address will not be published. Required fields are marked *

1 × four =