ମା’ ଶାରଳାଙ୍କ ପୀଠରେ ୧୪୪

ଜଗତସିଂହପୁର: କୋଭିଡ ପାଇଁ ମା ଶାରଳାଙ୍କ ପୀଠରେ ପାର୍ବଣ କଟକଣା ଜାରି ହୋଇଛି । ଆସନ୍ତାକାଲିଠୁ ୧୪ ତାରିଖ ଯାଏଁ ଶାରଳାଙ୍କ ପୀଠରେ ୧୪୪ ଧାରା ଜାରି ରହିବ । ମନ୍ଦିର ପରିସରରେ ୪ ଜଣରୁ ଅଧିକ ଲୋକଙ୍କ ସମାଗମ ଉପରେ ବାରଣ କରାଯାଇଛି । ମା’ ଶାରଳାଙ୍କ ଘଣ୍ଟ ପାଟୁଆମାନେ ବିଭିନ୍ନ ସ୍ଥାନରୁ ଆସି କଟକଣା ହେତୁ ଶାରଳା ମନ୍ଦିର ନ ଯାଇ ନଣ୍ଡା ଦେଉଳ ସାମ୍ନାରେ ଏକତ୍ରିତ ହୋଇଥାନ୍ତି । ଉପବାସ ରଖି ୨୭ ଦିନ ନିଷ୍ଠାର ସହ ରହିଥିବା ଘଣ୍ଟ ପାଟୁଆ ନିଆଁରେ ଚାଲିଥିବା ଦେଖିବାକୁ ମିଳିଥାଏ । ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

2 + 4 =