ସୁପ୍ରିମକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ମାମଲା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ପଦୋନତିିରେ ସଂରକ୍ଷଣ ଜରୁରୀ ନାହିଁ ବୋଲି ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ପାଂଚ ଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି । ତେବେ ଏହି ଏହି ନିଷ୍ପିିିତ୍ତିର ପୁନର୍ବିଚାର ଜରୁରୀ ନୁହେଁ ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ । ତେବେ ରାଜ୍ୟ ଗୁଡ଼ିକ ଚାହିଁଲେ ସଂରକ୍ଷଣ ଦେଇପାରିବେ ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ପାଇଁ ଝଟକା ବୋଲି କୁହାଯାଉଛି । ଏହା ପୂର୍ବରୁ ଅନେକ ଥର ସରକାର ଏନେଇ ନଜେ ପକ୍ଷରୁ ଦଲିଲ ଦେଇସାରିଛନ୍ତି । ତେବେ ଏହି ନିଷ୍ପତ୍ତି ଯୋଗୁଁ ଏସି/ଏସଟି ସଂପ୍ରଦାୟରେ ଆକ୍ରୋଶର ଶିକାର ହୋଇପାରନ୍ତି ସରକାର । ଏପଟେ ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପ ସରକାରଙ୍କ ଚିନ୍ତା ବଢ଼ାଇପାରେ । ସୂଚନାଯୋଗ୍ୟ ୨୦୦୬ରେ ସୁପ୍ରିମକୋର୍ଟ ୫ ଜଣିଆ ସମ୍ବିଧାନ ପୀଠରେ ସରକାରୀ ଚାକିରିରେ ପଦୋନ୍ନତିକୁ ନେଇ ନିଷ୍ପିତି ଶୁଣାଇଥିଲେ । ସେପଟେ ଆଧାରର ସାମ୍ବିଧାନିକ ବୈଧତା ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରୁଛନ୍ତି । ଏହାକୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସ୍କିମରେ ବାଧ୍ୟତାମୂଳକ କରାଯିବ କି ନାହିଁ ସର୍ବୋଚ୍ଚ ଅଦାଲତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିିପାରନ୍ତି । ଆଧାରର ବୈଧତାକୁ ନେଇ ବିଭିନ୍ନ ଆବେଦନର ଶୁଣାଣି କରି ମେ ମାସରେ ସାମ୍ବିଧାନିକ ପୀଠ ରାୟକୁ ସଂରକ୍ଷିତ ରଖିଥିଲେ । ଫଳରେ ଆଧାରକୁ ନେଇ ରହିଥିବା ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟିବ ବୋଲି ଆଶା କରାଯାଉଛି । ଆଧାରର ବୈଧତାକୁ ନେଇ ଅନେକ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟରେ ଏମାନେ ନିଜ ନିଜ ପକ୍ଷ ରଖିଛନ୍ତି । ଆଧାର ବ୍ୟବସ୍ଥାରେ ଲୋକଙ୍କ ଗୋପନୀୟତା ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ଆବେଦନକାରୀମାନେ ଯୁକ୍ତି ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + one =