୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ମହଙ୍ଗା ପଡିଲା ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ । କର୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୬ଅଗ୍ନିଶମ କର୍ମଚାରୀଙ୍କୁ ଆଜି ନିଲମ୍ବିତ କରିଛି ଅଗ୍ନିଶମ ବିଭାଗ । ସୋମବାର ଠାରୁ ୬ ଦଫା ଦାବି ନେଇ ରାଜ୍ୟର ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ସୋମବାର ରାତିରେ ଦଶପଲ୍ଲା, ବାଲିଆପାଳ ଓ ମୟୁରଭଞ୍ଜରେ ଅଘଟଏମାନଙ୍କ ମଧ୍ୟରେ ଦଶପଲ୍ଲା, ବାଲିଆପାଳ ଓ ମୟୁରଭଞ୍ଜ ଚିତ୍ରଡା ଫାୟାର ଷ୍ଟେସନର ର ୨ ଜଣ ଲେଖାଁଏ ଅଗ୍ନିଶମ କର୍ମଚାରୀ ଅଛନ୍ତି । ଦଶପଲ୍ଲା ନିକଟସ୍ଥ ଶ୍ରୀରାମପୁରରେ ନିଆଁଲାଗି ୧୦ ବଖରା ଘର ଜଳିଯାଇଥିଲେ ବି ନିଆଁ ଲିଭାଇବାକୁ ଆସିନଥିଲେ ଅଗ୍ନିଶମ କର୍ମଚାରୀ ଆସିନଥିଲେ । ମୟୁରଭଞ୍ଜ ମୋରଡାରେ ଜଣେ ୩ ବର୍ଷର ଶିଶୁ କୂଅରେ ବୁଡି ଯାଇଥିଲେ । କିନ୍ତୁ ଉଦ୍ଧାର ପାଇଁ ଆସିନଥିଲେ ଅଗ୍ନିଶମ କର୍ମଚାରୀ । ବାଲିଆପାଳରେ କୁକୁଡା ଦୋକାନରେ ନିଆଁ ଲାଗି ଶତାଧିକ କୁକୁଡା ପ୍ରାଣ ହରାଇଥିଲେ । କିନ୍ତୁ ଆସିନଥିଲେ ଅଗ୍ନିଶମ ଅଧିକାରୀ । ଏହା ପରେ ଅଗ୍ନିଶମ ବିଭାଗ କାର‌୍ୟ୍ୟାନୁଷ୍ଠାନ ନେଇଛି ।ଣ ଘଟିଥିଲେ ବି ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁଲିଭା ଓ ଉଦ୍ଧାର କାମ ପାଇଁ ଯାଇନଥିଲେ ।

Share

Leave a Reply

Your email address will not be published. Required fields are marked *

twenty − 15 =