ବିଧାନସଭାରେ ଲୋୟର ପିଏମଜି ତାତି : ହଟ୍ଟଗୋଳ ଯୋଗୁଁ ଗୃହ ୪ଟା ଯାଏଁ ମୁଲତବୀ

ବିଧାନସଭାରେ ଲୋୟର ପିଏମଜି ତାତି । ଲୋୟର ପିଏମଜିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ହଙ୍ଗାମା କରିବାରୁ ଗୃହ କାର୍ଯ୍ୟ ଚାଲିପାରୁନାହିଁ । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ ତଳେ ପୋଷ୍ଟର ଦେଖାଇ ନାରାବାଜି କରି ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରଶ୍ନ କାଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ବିରୋଧୀଙ୍କ ହଙ୍ଗାମା ପ୍ରଦର୍ଶନ କରିଥିଲେ ।

ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ । ତେଣୁ ଦିନ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ସାଢ଼େ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ହଟ୍ଟଗୋଳ କରିଥିଲେ । ଫଳରେ ଶୂନ୍ୟକାଳ ଚାଲିପାରିନଥିଲା । ଏହା ପରେ ବାଚସ୍ପତି ଗୃହକୁୁ ୧୫ ମିନିଟ ପାଇଁ ମୁଲତବି ଘୋଷଣା କରିଥିଲେ । ଗୃହ କାର୍ଯ୍ୟକୁ ସୁରଖୁରରେ ଚଲାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । କିଛି ସମୟ ଗୃହ ସ୍ୱାଭାବିକ ଚାଲିବା ପରେ ପୁଣି ହଟ୍ଟଗୋଳ କରିଥିଲେ ବିରୋଧୀ । ପରେ ଅପରାହ୍ଣ ୪ଟା ଯାଲଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

Share

Leave a Reply

Your email address will not be published. Required fields are marked *

9 − eight =