ବାଣ ବିସ୍ଫୋରଣ:ସରକାରୀ କ୍ୱାର୍ଟରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ୍ ୨ ସରକାରୀ କ୍ୱାର୍ଟରରୁ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣରୁ ନିଆଁ ଲାଗିଥିବା ସୂଚନା । ଘଟଣା ପରେ ଅଗ୍ନିଶମ ବିଭାଗର ଗୋଟିଏ ୟୁନିଟ ନିଆଁ ଲିଭା କାର୍ୟ୍ୟରେ ନିଯୋଜିତ ହୋଇଥିଲେ । ଦୀର୍ଘ ସମୟରେ କସରତ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ତେବେ ଏଥିରେ କିଛି ବେଶି କ୍ଷୟକ୍ଷତି ହୋଇନଥିବା ସୂଚନା ।

ସରକାରୀ କ୍ୱାର୍ଟରରେ ସକାଳ ପ୍ରାୟ ୫.୩୦ରେ ନିଆଁ ଲାଗିଥିଲା । ଯାହା ଜଣାପଡୁଛି ଘରେ ବାଣ ବିସ୍ଫୋରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । ଘରେ ମହଜୁଦ ଥିବା ବାଣରୁ ବିସ୍ଫୋରଣ ହୋଇଥିବା ସୂଚନା । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ନିରଞ୍ଜନ ଲେଙ୍କା ନାମଧାରି ବ୍ୟକ୍ତିଙ୍କ ନାଁ ରହିଛି ଏହି ସରକାରୀ ବାସଭବନ । ସେ ଲୋକସେବା ଭବନରେ କାର୍ୟ୍ୟରତ ଥିଲେ । ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × one =