ଆଜି ରାଜ୍ୟରେ ୨୩୩୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୬୪, ବାଲେଶ୍ୱର ୧୬୪, ବରଗଡ ୧୭, ଭଦ୍ରକ ୧୨୧ ଏବଂ ବଲାଙ୍ଗୀରରୁ ୬ ଜଣଙ୍କୁ ଚିହ୍ନଟ କରାଯାଇଛି ।

ସେହିଭଳି ବଉଦ ଜିଲାରୁ ୧୩, କଟକରୁ ୩୭୧, ଦେବଗଡ ୫, ଢେଙ୍କାନାଳ ୩୪, ଗଜପତି ୨, ଗଞ୍ଜାମ ୬, ଜଗତସିଂହପୁର ୧୦୧, ଯାଜପୁର ୧୭୯, ଝାରସୁଗୁଡା ୬, କଳାହାଣ୍ଡିରୁ ୯ ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୨୯, କେନ୍ଦ୍ରାପଡା ୧୯୬, କେନ୍ଦୁଝର ୫୧, ଖୋର୍ଦ୍ଧା ୩୮୦, କୋରାପୁଟ ୧୯ ଏବଂ ମାଲକାନଗିରିରୁ ୧୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଦିନକ ମଧ୍ୟରେ ମୟୁରଭଞ୍ଜରୁ ୧୦୪, ନବରଙ୍ଗପୁର ୭, ନୟାଗଡ ୯୪, ନୂଆପଡା ୩, ପୁରୀ ୧୦୬, ରାୟଗଡା ୩୮, ସମ୍ବଲପୁର ୨୧, ସୋନପୁର ୧୨, ସୁନ୍ଦରଗଡ ୮୭ ଓ ଷ୍ଟେଟପୁଲରୁ ୭୬ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ଗୋଟିଏ ଦିନରେ ୩୩୪୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର‌୍ୟ୍ୟନ୍ତ ରାଜ୍ୟରେ ମୋଟ ୯୦୬୫୧୯ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଓଡ଼ିଶାରେ ୨୬୩୬୪ ଜଣ ସକ୍ରିୟ ସଂକ୍ରମିତ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve + 1 =