ପୁରୀ ଘଟଣାରେ ଆମିକସକ୍ବୁରୀ ମାଗିଲେ ରିପୋର୍ଟ

ଭୁବନେଶ୍ବର ()  ପୁରୀ ଶ୍ରୀମନ୍ଦିରର ବାଇସି ପାହାଚ ଓ ବଡଦାଣ୍ଡରେ ଗତକାଲି ସୃଷ୍ଟି ହୋଇଥିବା ଲଙ୍କାକାଣ୍ଡ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁହଁ ଖୋଲିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ଏହାଦ୍ବାରା ଶ୍ରୀକ୍ଷେତ୍ର ପୂରୀ ବିଶ୍ବ ଦରବାରରେ ନିନ୍ଦିତ ହୋଇଛି । ବନ୍ଦ ପାଳନ ନାଁରେ କିଛି ଅସାମାଜିକ ତତ୍ବ ଏଭଳି କାଣ୍ଡ ଭିଆଇଥିବା ସେ କହିଛନ୍ତି । ଯେଉଁମାନେ ବନ୍ଦ ଡାକରା ଦେଇଥିଲେ ସେମାନଙ୍କର ସେ ଅସାମାଜିକ ତତ୍ବଙ୍କ ଉପରେ ନିୟନ୍ତ୍ରଣ ନଥିଲା । ଏ ସଂପର୍କରେ ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସକ୍ବୁରୀ ଜଷ୍ଟିସ ଗୋପାଳ ସୁବ୍ରମନିୟମ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ତାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଆମିକସକ୍ବୁରୀ ଶ୍ରୀମନ୍ଦିର ତାଙ୍କୁ ରିପୋର୍ଟ ଓ ଭିଡିଓ ଫୁଟେଜ ମାଗିଥିବା ସେ କହିଛନ୍ତି ।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଧାଡିରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା । ଏ ସଂପର୍କରେ ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠରେ ଆଲୋଚନା ହୋଇଥିଲା । ସବୁ ସେବାୟତ ଏବଂ ଶ୍ରୀଜଗନ୍ନାଥଙ୍କ ରିତିନୀତି ସହ ସଂପୃକ୍ତ ବ୍ୟକ୍ତିମାନେ ଏ ସଂପର୍କରେ ଅବଗତ ଥିଲେ । ଗତ ଏକ ତାରିଖରେ ଏହି ପ୍ରକ୍ରିୟା ଯେଉଁ ଦିନ କାର୍ଯ୍ୟକାରୀ ହୋଇଥିଲା ସେ ନିଜେ ମଧ୍ୟ ଧାଡିରେ ଯାଇ ଦର୍ଶନ କରିଥିବା କହିଛନ୍ତି ।

ଗତକାଲି ରାତିରେ ଶାନ୍ତି କମିଟି ବୈଠକ ପରେ ପୁରୀରେ ପୁଣି ଥରେ ଶାନ୍ତି ଫେରିଛି । ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଥାନାରେ ଦୁଇଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପୁରୀ ଏସପି ଓ 15ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ତେଣୁ ସବୁ ଭିଡିଓ ଫୁଟେଜକୁ ଦୃଷ୍ଟିରେ ରଖି ପୋଲିସ ଆବଶ୍ୟକ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × five =