ଅର୍ଚ୍ଚନା ନାଗ୍‌ଙ୍କ ଘର ସିଲ୍‌ କରିବାକୁ ଅଣ୍ଟା ଭିଡ଼ିଛି ଇଡି

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିବାକୁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସେଥିପାଇଁ ଇଡିର ଅଧିକାରୀମାନେ ଗୁରୁବାର ଅମିନଙ୍କୁ ନେଇ ଅର୍ଚ୍ଚନାଙ୍କ ଘର ମାପଚୁପ କରିଥିଲେ । ଖୁବ୍‌ଶୀଘ୍ର ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ଘର ସିଲ୍‌ କରିବାକୁ ଇଡି ଆଗକୁ ବଢ଼ିବ । ଗୁରୁବାର ସକାଳ ୯ଟା ବେଳେ ଇଡିର ଏକ ଟିମ୍‌ ଯାଇଥିଲା ସତ୍ୟବିହାର । ତାଙ୍କ ସହ ଥିଲେ ସରକାରୀ ଅମିନ । ଅର୍ଚ୍ଚନା ଘର ଓ ଜମି ମପାଯାଇଥିଲା । ଏମାନଙ୍କ ସହ ଏକ ବୈଷୟିକ ଟିମ୍‌ ମଧ୍ୟ ଥିଲା । ସେଠାରେ ଘର ମୂଲ୍ୟ ଆକଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି ।

ଆସନ୍ତା ୧୩ ତାରିଖରେ କୋର୍ଟରେ ଏ ବାବଦରେ ଶୁଣାଣି ହେବ । ବାଜ୍ୟାପ୍ତି ବିରୋଧରେ ଅର୍ଚ୍ଚନା ମଧ୍ୟ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମ୍ପତ୍ତି ବାଜ୍ୟାପ୍ତି କରାଯିବ ନାଁ ନାହିଁ ତାହା ଉପରେ କୋର୍ଟ ନିଷ୍ପତ୍ତି ନେବେ ।

Share

Leave a Reply

Your email address will not be published. Required fields are marked *

two × 1 =