ପାଟକୁରାରୁ ଏଥର ବି ବିଜେଡି ଜିତିବା ଏକରକମ ନିଶ୍ଚିତ: ସଞ୍ଜୟ

ପାଟକୁରା()  ଆଜି ନବୀନ ନିବାସରେ ପାଟକୁରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତୁନ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ସାବିତ୍ର ଅଗ୍ରଓ୍ଵାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ଵାଲ ବୈଠକରେ ଯୋଗଦେଇଥିଲେ ।

ବୈଠକ ପରେ ସଞ୍ଜୟ କହିଥିଲେ,“ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିର ବିବାଦକୁ ନେଇ ଆଲୋଚନା ହୋଇଛି। ତେବେ ଦଳରେ କୌଣସି ଅସନ୍ତୋଷ ନାହିଁ। ପାଟକୁରାରୁ ଏଥର ବି ବିଜେଡି ଜିତିବା ଏକରକମ ନିଶ୍ଚିତ।” ତେବେ ପାଟକୁରା ନିର୍ବାଚନର ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମାର୍ଶାଘାଇ ବ୍ଳକ ପାଇଁ ଅତନୁ ନାୟକ ଓ ଗରଦପୁର ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି।

ସେପଟେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ କହିଛନ୍ତି, ୩୦ ରୁ ୪୦ ହଜାର ଭୋଟରେ ଜିିତିବା ପାଇଁ ବିଜେଡ଼ି ଟାର୍ଗେଟ କରିଛି । ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ପାଖାପାଖି ୪୦ ହଜାର ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀକୁ ହରାଇ ନିର୍ବାଚନ ଜିତିଥିଲେ । ଆଉ ଏଥର ବି ପାଟକୁରାରେ ସମାନ ସ୍ଥିତି ଦେଖିବା ପାଇଁ ମିଳିବ । ପାଟକୁରାରେ ବିଜେଡ଼ି ହାୱା ବହୁଛି । ସେହି ଅନୁସାରେ ବିଜେଡି କାମ କରୁଛି ଓ ଲୋକଙ୍କୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ମଧ୍ୟ ପ୍ରୟାସ ହେଉଛି । ନବୀନଙ୍କ ସ୍ୱଚ୍ଛ ଶାସନ କାଳରେ ପାଟକୁରା ଅଂଚଳର ବିଭିନ୍ନ ସମସ୍ୟା ଦୂର ହୋଇଛି ।

Share

Leave a Reply

Your email address will not be published. Required fields are marked *

12 + twenty =