ସହିଦ କରୋନା ଯୋଦ୍ଧାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

କରୋନା ସମୟରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଥିବା ହୋମଗାର୍ଡ ଏସ ଆର ନରସିଂହଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗଞ୍ଜାମ ଦିଗପହଣ୍ଡି ଥାନାରେ କାର୍ଯ୍ୟ କରୁଥିଲେ ଏସ ଆର ନରସିଂହ ।

କରୋନା ସମୟରେ କ୍ବାରେଣ୍ଟାଇନ ସେଣ୍ଟରରେ ଡ୍ୟୁଟି କରୁଥିବାବେଳେ ରୋଗୀଙ୍କ ସଂସ୍ପର୍ଷରେ ଆସି ସେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ପରିବାରକୁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ସହାୟତା ରାଶି ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 + four =