୪ ରାଜ୍ୟସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

୪ ରାଜ୍ୟସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ତେବେ ଟକ ମେୟର ଭାବେ ସୁବାସ ସିଂ ନିର୍ବାଚିତ ହେବା ପରେ ତାଙ୍କ ଆସନରେ ହେବ ଉପନିର୍ବାଚନ । ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ପୂର୍ବରୁ ପ୍ରକାଶ ପାଇଥିଲା ୩ଟି ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି । ତେବେ ଏହି ୪ ଆସନ ଦଖଲ କରିବାକୁ ରଣନୀତି ବନାଇ ମୋଟ୍ ୧୨ ସେଟ୍ ପ୍ରାର୍ଥିପତ୍ର ନେଇଛି ବିଜୁ ଜନତା ଦଳ ।ବିଧାୟକ ଅନନ୍ତ ନାରାୟଣ ଜେନା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରୁ ଏହି ପ୍ରାର୍ଥିପତ୍ର ନେଇଥିବା ଜଣାପଡିଛି । ଆଉ ଚର୍ଚ୍ଚା ହେଉଛି ୪ଟିରୁ ୨ଟି ଆସନରେ ମହିଳାଙ୍କୁ ପଠାଇ ଜାତୀୟ ରାଜନୀତିରେ ମହିଳା କାର୍ଡ ଖେଳିପାରନ୍ତି ବିଜେଡି ସୁପ୍ରିମୋ ।

ଏପରିକି ରାଜ୍ୟସଭାରେ ବର୍ତ୍ତମାନ ଜଣେ ମହିଳା ସାଂସଦ ଅଛନ୍ତି । ତେଣୁ ଆଉ ୨ ଚେହେରାଙ୍କୁ ପଠାଇ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ନବୀନ ପାଳନ କରିପାରନ୍ତି ବୋଲି କୁହାଯାଉଛି । ସେପଟେ ୪ ଆସନ ପାଇଁ ଆଶାୟୀ ଅନେକ । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀଙ୍କ ନାଁ ମଧ୍ୟ ରାଜ୍ୟସଭା ରେସର ଶୀର୍ଷରେ ରହିଛି । ଯୁବ ନେତା ସସ୍ମିତ ପାତ୍ରଙ୍କୁ ସୁପ୍ରିମୋ ରିପିଟ୍ କରିପାରନ୍ତି ବୋଲି ଅନେକ ସମ୍ଭାବନା ରହିଛି । ଅନ୍ୟପଟେ ମାନସ ମଙ୍ଗରାଜ, ଶ୍ରୀମୟୀ ମିଶ୍ର, ସୁସ୍ମିତା ବାଗଚୀ, ସୁଲତା ଦେଓଙ୍କ ଭଳି ଚେହେରାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Share

Leave a Reply

Your email address will not be published. Required fields are marked *

19 − 18 =