ଇଣ୍ଡୋନେସିଆରେ ଉଦ୍‌ଘାଟିତ ହୋଇଛି ୧୮ ତମ ଏସିଆନ୍‌ ଗେମ୍ସ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍‌ଘାଟିତ ହୋଇଛି ୧୮ ତମ ଏସିଆନ୍‌ ଗେମ୍ସ। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକ୍‌ ୱିଡୋଡୋ ଆନୁଷ୍ଠାନିକ ଭାବେ ଏସିଆର ସବୁଠାରୁ ବଡ଼ ଏହି ସ୍ପୋର୍ଟସ୍‌ ଇଭେଣ୍ଟକୁ ଉଦ୍‌ଘାଟନ କରିଛନ୍ତି। ଆଜି ଭାରତୀୟ ସମୟ ସକାଳ ୬.୩୦ରୁ ଜାକର୍ତ୍ତା ଓ ପାଲେମ୍ବାଙ୍ଗ ସହରରେ ଆନୁଷ୍ଠାନିକ ଭାବେ ଇଭେଣ୍ଟ ଆରମ୍ଭ ହୋଇଛି ।ଭାରତୀୟ ଦର୍ଶକ ଏସିଆନ୍‌ ଗେମ୍ସର ସିଧାପ୍ରସାରଣ ସୋନି ଟେନ୍‌ର ୧, ୨ ଓ ୩ରେ ଦେଖିପାରିବେ।ସେପ୍ଟେମ୍ବର ୨ ଯାଏ ଚାଲିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ପାଖାପାଖି ୪୫ଟି ଦେଶର ୧୧ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗୀମାନେ ୫୮ ପ୍ରକାର ଖେଳର ୬୭ଟି ଇଭେଣ୍ଟରେ ମେଡାଲ୍‌ ପାଇଁ ଲଢ଼େଇ କରିବେ।ଉଦ୍‌ଘାଟନୀ ସମାରୋହରେ ଭାରତର ତାରକା ଜାଭେଲିନ୍‌ ଥ୍ରୋୟର୍‌ ନୀରଜ ଚୋପ୍ରା ଧ୍ୱଜାବାହକ ସାଜିଥିଲେ । ନୀରଜଙ୍କ ପଛରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୫୭୨ ଜଣ ଭାରତୀୟ ଆଥଲେଟ୍ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଓ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

fifteen + six =