ପ୍ରଚାର, ପ୍ରସାରରେ ମାହିର …

ଭୁବନେଶ୍ବର () : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁ କରି ତାଙ୍କ କଳାକୁ ପୂରାପୁରି ଆପଣେଇ ସାରିଲେଣି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । ନିଜସ୍ବ ପ୍ରଚାର ପ୍ରସାରରେ ପୂରା ନିଜ ଗୁରୁଙ୍କ ପରି ଓସ୍ତାଦ ପାଲଟିଯାଇଛନ୍ତି । ପ୍ରଶାସନିକ ଅଧିକାରୀ ଭାବେ ତାଙ୍କ କାର୍ଯ୍ୟ ଶୈଳୀ ଓ ଏବେର କାର୍ଯ୍ୟ ଶୈଳୀରେ ଅନେକ ଫରକ ଆସିଗଲାଣି । ସେ ଯେ ଏଭିତରେ ଏତେ ଚତୁର ରାଜନେତା ପାଲଟିଯିବେ ଏକଥାକୁ ଅନେକ ବିଶ୍ବାସ କରିପାରୁନାହାଁନ୍ତି ।

ସାଧାରଣ ଲୋକ, ଦିନମଜୁରିଆ, ଛୋଟ ବ୍ୟବସାୟୀଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । ସେସବୁ ପ୍ରତିଶ୍ରୁତି କେତେ ପାଳନ କରିବେ ତାର ଗ୍ୟାରେଣ୍ଟି ନା ସେ ଦେଇପାରିବେ ନା ଭୋଟର । ନିଜକୁ ଜଣେ ସ୍ବଚ୍ଛ ଓ ଦରଦୀ ମଣିଷ ଭାବେ ଚିତ୍ରିତ କରୁଥିବା ଅପରାଜିତ ପ୍ରକୃତରେ ସେୟା ନୁହଁନ୍ତି । ଏକଥା ଆମେ କହୁନୁ, ତାଙ୍କ ସହ କାମ କରିଥିବା ଅଫିସର ଓ କର୍ମଚାରୀ ମହଲରେ ଏବେ ଏଭଳି ଚର୍ଚ୍ଚା ହେଉଛି । କଥାଟା କେବଳ ଚର୍ଚ୍ଚାରେ ରହିନାହିଁ, ବରଂ ବିଏମସିର ତଳିଆ କର୍ମଚାରୀମାନେ ସଂଘବଦ୍ଧ ହେବା ଆରମ୍ଭ କଲେଣି ।

ଭୁବନେଶ୍ବର ମହାନଗର ନିଗମର କିଛି ଅଧିକାରୀ ଓ କର୍ମଚାରୀ ଏହାର ଏକ ଉଦାହାରଣ ମଧ୍ୟ ଦେଇଛନ୍ତି। ସେମାନଙ୍କ କହିବା କଥା, ତକ୍ରାଳୀନ ଭୁବନେଶ୍ବର ପୌରସଂସ୍ଥାର ଅଧ୍ୟକ୍ଷ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ସମୟରେ ୧୯୯୮ ମସିହାରେ ୮୮୮ ଜଣଙ୍କୁ କର୍ମଚାରୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା । ସେମାନଙ୍କୁ ସିଏଲଆର କାଟାଗୋରିରେ ରଖାଗଲା । ପୌରସଂସ୍ଥାରେ ବେଆଇନ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ କଟକଣା ସତ୍ତ୍ବେ ତତ୍କାଳୀନ ବିଏମସି କର୍ତ୍ତୃପକ୍ଷ ତାହାକୁ ଭ୍ରୃକ୍ଷେପ କରି ନ ଥିଲେ । ପରବର୍ତ୍ତୀ ସମୟରେ ଏହି କର୍ମଚାରୀଙ୍କ0 ସ୍ଥାୟିତ୍ବ ସମ୍ପର୍କରେ ମଧ୍ୟ କର୍ତ୍ତୃପକ୍ଷ ଚିନ୍ତା କଲେ ନାହିଁ । ୨୦୦୬ ମସିହାରେ ଅପରାଜିତା ଷଡ଼ଙ୍ଗୀ କମିଶନର ଭାବେ ଦାୟିତ୍ବ ନେଇଥିଲେ ।

ତିନିବର୍ଷ କାଳ ସେ ମୁଖିଆ ଦାୟିତ୍ବରେ ଥିଲେ ମଧ୍ୟ ୮୮୮ ଜଣ ସିଏଲଆର କର୍ମଚାରୀଙ୍କୁ ସ୍ଥାୟୀ ବା ନିୟମିତ କରିବାକୁ ପଦକ୍ଷେପ ନ ନେଇ ଝୁଲେଇ ରଖିଲେ । ବିଏମସିର ସଂପୃକ୍ତ ଅଧିକାରୀଙ୍କ କହିବାନୁଯାୟୀ ଅପରାଜିତା ମ୍ୟାଡାମଙ୍କ ପାଖରେ ଏଥିପାଇଁ ଯଥେଷ୍ଟ ସୁଯୋଗ ଥିଲା । ୮୮୮ ସିଏଲଆର ଏବଂ ପୂର୍ବରୁ ଥିବା ୬୦୦ ଅସ୍ଥାୟୀ କର୍ମଚାରୀ ଏହିଭଳି ଭାବେ ୧୪୦୦ କର୍ମଚାରୀଙ୍କ ଭାଗ୍ୟ ବଦଳାଇ ପାରିଥାଆନ୍ତେ ସେ । କିନ୍ତୁ ଫାଇଲ କାହିଁକି ହଲିଲା ନାହିଁ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 5 =