ନବୀନ ପଟନାୟକ ଏକ ବିରଳ ବ୍ୟକ୍ତିତ୍ୱ : ପ୍ରଣବ

ଯାଜପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରଳ ବ୍ୟକ୍ତି । ସେ ସାରା ଭାରତ ଓ ପୃଥିବୀ ବୁଲୁଥିଲେ । ହେଲେ ଯେଉଁଦିନ ସେ ଓଡ଼ିଶାର ଦାୟିତ୍ୱ ନେଲେ ସେ ଦିନ ଠାରୁ ଓଡିଶା ଛାଡି ଯାଉନାହାନ୍ତି । କାରଣ ସେ ସାଢେ 4କୋଟି ଓଡ଼ିଆକୁ ନିଜର ପରିବାର ବୋଲି ଭାବୁଛନ୍ତି । କାଳେ ସେ ବାହାରକୁ ଗଲେ ଓଡ଼ିଶାର ଚାଷୀ ଦୁଃଖରେ ରହିବେ ଓଡ଼ିଶାବାସୀ ତାଙ୍କ ସହଯୋଗ ପାଇବେ ନାହିଁ ଖାସ ସେଥିଲାଗି ଆଜକୁ 20ବର୍ଷ ହେବ ସେ ଓଡିଶା ବାହାରକୁ ଯାଉନାହାନ୍ତି । ଏପରି ମୁଖ୍ୟମନ୍ତ୍ରୀ ପାଇବା ବିରଳ । ଯେଉଁଠି ପାଇଁ ଓଡ଼ିଶାବାସୀ ତାଙ୍କୁ 5ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

23ବର୍ଷରେ ବିଜେଡି ପାଦ ଥାପିବା ପରେ ଯାଜପୁରରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଯାଜପୁର ବିଧାୟକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ଏପରି କହିଥିଲେ ନିଜ ଅଭିଭାଷଣରେ । ବେଶ କିଛି ସମୟ ବିଧାୟକ ଭାବପ୍ରବଣ ହୋଇପଡିଲେ । ଏହା ସହ ବିଜୁ ଜନତା ଦଳ ଏବେ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ତୃଣମୂଳ ସ୍ତରରୁ ଅନୁଭବ କରିହେଉଛି ବୋଲି ବବି କହିଥିଲେ ।

ଯାଜପୁର ବିରଜା ମଣ୍ଡପ, ଦଶରଥପୁର ଠାରେ ଜ଼ିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ଉପସ୍ଥିତ ବିଜେଡି କର୍ମୀ ଓ ନେତାଂକୁ ପ୍ରଣବ ଏପରି ବାଣୀ ଶୁଣାଇଥିଲେ । ଏହା ସେବା ମନବୃତ୍ତିକୁ ଆପଣାଇ ଲୋକଙ୍କୁ ସୁଖ ଦୁଃଖରେ ସାଥି ହେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଛନ୍ତି ତାକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ବିଧାୟକ ଉପସ୍ଥିତ ବିଜେଡି କର୍ମୀ ଓ ନେତାଂକୁ କହିଥିଲେ ।

Share

Leave a Reply

Your email address will not be published. Required fields are marked *

5 − 5 =