ନିଯୁକ୍ତି ଦିଅ, ନହେଲେ ନକ୍ସଲ ହେବୁ

ଭୁବନେଶ୍ବର () ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି କୋରାପୁଟ ଜିଲ୍ଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନମିଳିଲେ 10 ହଜାର ଯୁବକଙ୍କୁ ସାଙ୍ଗରେ ଧରି ସେ ନକ୍ସଲ ସଂଗଠନରେ ସାମିଲ ହୋଇଯିବେ ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ସିଟି, ବିଇଡି ତାଲିମ ବି ପାଇପାରୁନାହାଁନ୍ତି ଯୁବକ ଯୁବତୀମାନେ । ବାହାର ଜିଲ୍ଲାର ପିଲାମାନେ କୋରାପୁଟରେ ଶିକ୍ଷକ, ମେଡିକାଲ କଲେଜରେ ଆଟେଡାଣ୍ଟ ଏବଂ ପିଅନ ପଦବୀରେ ବି ଜିଲ୍ଲାର ଯୁବକ ଯୁବତୀମାନେ ନିଯୁକ୍ତି ପାଉନାହାଁନ୍ତି । ସରକାର ଏଦିଗରେ ନିଷ୍ପତ୍ତି ନନେଲେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଦାବି ଉଠିବ ଏବଂ 10ହଜାର ଶିକ୍ଷିତ ଯୁବକ ଯୁବତୀ ବାଧ୍ୟ ହୋଇ ନକ୍ସଲ ସଂଗଠନ ସହ ସାମିଲ ହୋଇ ନିଜ ହକ ପାଇଁ ଆଇନକୁ ହାତକୁ ନେବେ । ଏଥିସହିତ ଖୁବଶୀଘ୍ର କୋରାପୁଟ ବନ୍ଦ ଡାକରା ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ସେପଟେ ତାରାଙ୍କ ଚେତାବନୀକୁ ଅତି ହାଲୁକା ଭାବେ ନେଇଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ସେ କହିଛନ୍ତି ଯେ, ତାରା ବାବୁ ଅନେକ ସମୟରେ ଏମିତି ଚେତାବନୀ ଦେଇଥାନ୍ତି । ସରକାର ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ବେଶ ସମ୍ବେଦନଶୀଳ । ଏବଂ ସରକାରୀ ନିଷ୍ପତ୍ତି କୌଣସି ଗୋଟିଏ ଜିଲ୍ଲା ପାଇଁ ସ୍ବତନ୍ତ୍ର ଭାବେ ହୋଇନଥାଏ । ସାମଗ୍ରୀକ ଭାବେ ସରକାର ସବୁ ଜିଲ୍ଲାକୁ ଗୁରୁତ୍ବ ଦେଇ ନିଷ୍ପତ୍ତି ନେଇଥାନ୍ତି ।

Share

Leave a Reply

Your email address will not be published. Required fields are marked *

3 + 19 =