4 ଷ୍ଟଲୱାଟଙ୍କ ଦାୟିତ୍ବରେ ବିଜେପୁର ଉପନିର୍ବାଚନ

ଭୁବନେଶ୍ବର () ଯେକୌଣସି ସମୟରେ ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ । ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋ ବିଜେପୁର ପାଇଁ ଦଳୀୟ ନିର୍ବାଚନ ସମନ୍ବୟ କମିଟି ଘୋଷଣା କରିଛନ୍ତି । ଦଳର ଚାରି ଜଣ ଷ୍ଟଲୱାଟଙ୍କୁ ଏହି ଦାୟିତ୍ବ ଦିଆଯାଇଛି ।

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଗତ ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ଏହି ନେତାମାନେ ଦାୟିତ୍ବରେ ଥିଲେ । ଫଳରେ କଂଗ୍ରେସ ହାତରୁ ଏହି ଆସନଟିକୁ ବିଜେଡି ଛଡେଇ ଆଣିବାରେ ସଫଳ ହୋଇଥିଲା । ପ୍ରାୟ 40 ହଜାର ଭୋଟ ବ୍ୟବଧାନରେ ବିଜେଡି ବିଜେପୁର ଉପନିର୍ବାଚନ ଦଖଲ କରିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ଏହି ଆସନ ପାଇଁ ରହିଥିବା ଆଶାୟୀଙ୍କ ମଧ୍ୟରୁ ସୁବାଷ ଚୌହାନ ଅନ୍ୟତମ ଥିଲେ । କିନ୍ତୁ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଅନ୍ୟ ଆଶାୟୀ ମଧ୍ୟରେ ପୂର୍ବତନ ବିଧାୟିକା ରୀତା ସାହୁ, ସୁବାଷ ସିଂହ ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନାଁ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

5 + 20 =