ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଗାଡିରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଗାଡି (ଏଆଓ ୦୧କେ ୦୦୦୯ ଫର୍ଡ ଏନଡିଗୋର )ରୁ ୧କୋଟି ୮୦ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗାଡିଟି ଅରୁଣାଚଳ ପ୍ରଦେଶର ପଶିଘାଟରୁ ମିଳିଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ରାଲି ହୋଇଥିଲା । ଗାଡିଟି ଡେପୁଟି ସେକ୍ରେଟାରି ଙ୍କ ନାମ ରହିଥିବା ବେଳେ ଏହି ଗାଡିରୁ ଆଜି ଲକ୍ଷାଧିକ ଟଙ୍କା ଜବତ ହୋଇଛି ।

କଂଗ୍ରେସର ମୁଖପାତ୍ର ରନଦିପ ସିଂ ସୁର୍ଯ୍ୟବାଲା ଏହି ସଂକ୍ରାନ୍ତୀୟ ୨ଟି ଭିଡିଓ ରିଲିଜ କରିଛନ୍ତି । ଯେଉଁ ଭିଡିଓରେ ନିର୍ବାଚନ ଅଫିସର ସମି୍ରତା କୌରଗିଲଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଗାଡିରେ ଥିବା ୫୦୦ ଟଙ୍କିଆ ନୋଟ ବିଡା ଥିବା ମୋଟ ୧କୋଟି ୮୦ ଲକ୍ଷ ଟଙ୍କାକୁ ଜବତ କରୁଥିବାର ଦୃଶ୍ୟ ରହିଛି ।

କଂଗ୍ରେସ ଅଭିଯୋଗ କରିଛି କି ଏହି ଟଙ୍କା ନିର୍ବାଚନରେ ଭୋଟର ମାନଙ୍କୁ ବଣ୍ଟା ଯିବା ପାଇଁ ଯାଉଥିଲା । ଇଡି ଏବଂ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରୁଣାଚନ ମୁଖ୍ୟମନ୍ତ୍ରୀ ପେମାଙ୍କ ବିରୁଧରେ କୌଣସି କାର୍ଯ୍ୟନୁÂାନ କାହିଁକି ନେଇନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Share

Leave a Reply

Your email address will not be published. Required fields are marked *

fourteen − one =