ଶାହାଙ୍କ ପାଇଁ ନବୀନ ନିବାସରେ ଓଡିଆ ମଧ୍ୟାହ୍ନ ଭୋଜନ, ମେନୁରେ କ’ଣ ରହିଛି ଜାଣନ୍ତୁ

ଭୁବନେଶ୍ୱର() ନବୀନ ନିବାସରେ ଅତିଥିଙ୍କ ପାଇଁ ଭବ୍ୟ ମଧ୍ୟାହ୍ନ ଭୋଜନ ଆୟୋଜନ ହୋଇଥିଲା । ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହା , ନୀତୀଶ କୁମାର ଓ ମମତା ବାନାର୍ଜୀ ।  ମେନୁ ଉଭୟ ସାଦା ଓ ଆମିଷ ଖାଦ୍ୟ ରହିଥିଲା  । ପ୍ଲେନ ରାଇସ, ଫ୍ରାଏଡ ରାଇସ ସହ ରହିଥିଲା ଶୁଦ୍ଧ ଓଡିଆ ଖାଦ୍ୟ । ମେନ୍ୟୁରେ ଭାତ, ଡାଲି, ଆଳୁ-ମଟର ତରକାରୀ, ବାଇଗଣ ଭଜା, ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ ଖାଇଥିଲେ ନବୀନଙ୍କ ଅତିଥି । ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ବି ଏହି ମଧାହ୍ନ ଭୋଜନରେ ପରଷା ଯାଇଥିଲା ।

Share

Leave a Reply

Your email address will not be published. Required fields are marked *

one + 8 =