କେଜରିୱାଲଙ୍କ ଠାରୁ ସୁରକ୍ଷା ପ୍ରତିଶୃତି ପାଇଲେ ଆଇଏଏସ  ଅଫିସର

ନୂଆଦିଲ୍ଲୀ () : ଅନେକ ବାଦ ବିବାଦ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ଚଳାଇଥିବା ଅନଶନରୁ ଓହରିଛନ୍ତି । କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ନବମ ଦିନରେ ଅନଶନରୁ ଓହରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେଜରିୱାଲଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ଉନ୍ନୟନ ମନ୍ତ୍ରୀ ଗୋପାଳ ରାୟ ଦୀର୍ଘ ୯ ଦିନ ଧରି ଉପରାଜ୍ୟପାଳଙ୍କ ଘରେ ଅନଶନ ଚଳାଇଥିଲେ । ଦିଲ୍ଲୀର ଆଇଏଏସ୍ ଅଫିସରମାନେ ଚଳାଇଥିବା ଧର୍ମଘଟର ଅବସାନ ଘଟାଇବାକୁ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରି ସେମାନେ ଅନଶନରେ ବସିଥିଲେ । ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ସୋମବାର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ସେମାନେ ଏକ ପତ୍ର ଲେଖି ଉପରାଜ୍ୟାପାଳଙ୍କ ଉପସ୍ଥିତିରେ ଆଇଏସ୍ ଅଧିକାରୀଙ୍କ ସହ ବୈଠକ କରିବାକୁ ଦାବି କରିଥିଲେ । ମଙ୍ଗଳବାର ଉପରାଜ୍ୟପାଳ ଅନିଲ ବୈଜାଲ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ସେ ତତକାଳ ସଚିବାଳୟରେ ଅଧିକାରୀଙ୍କ ସହ ବୈଠକ କରନ୍ତୁ  । ସେ ଉକ୍ତ ବୈଠକରେ ଉପସ୍ଥିତ ରହି ଉଭୟ ପକ୍ଷ (କେଜେରିୱାଲ ଏବଂ ଆଇଏସ୍ ଅଫିସର)ଙ୍କ ମଧ୍ୟରେ ରହିଥିବା ମତଭେଦକୁ ଦୂର କରିବେ । ଏହାପରେ ଅରବିନ୍ଦ କେଜରିୱାଲ ଓ ଅନ୍ୟ ମନ୍ତ୍ରୀମାନେ ଅନଶନରୁ ଓହରିବା ନେଇ ଘୋଷଣା କରିଥିଲେ । ଏପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଲିଖିତ ସୁରକ୍ଷା ପ୍ରତିଶ୍ରୁତି ପରେ ଆଇଏସ୍ ଅଧିକାରୀମାନେ ସକରାତ୍ମକ ଭାବ ପ୍ରଦର୍ଶନ କରିଛନ୍ତି । ଫଳରେ ଦିଲ୍ଲୀ ସରକାର ଏବଂ ଆଇଏସ୍ ଅଧିକାରୀଙ୍କ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

ten + 18 =