କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କିଲେ ପ୍ରମୋଦ

କଂଗ୍ରେସ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ପ୍ରମୋଦ କିଶୋର ଜେନା । ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକଙ୍କୁ ନେଇ ବିଜେଡିରେ ଯୋଗ ଦେଇଛନ୍ତି । ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରମୋଦ ଜେନା । ପ୍ରମୋଦଙ୍କ କହିବା କଥା କଂଗ୍ରେସ ଦଳ ନୀତି ଆଦର୍ଶରୁ ଦୂରେଇ ଯାଇଛି । ପାରାଦୀପ ନିର୍ବାଚନ ମଣ୍ଡଳୀରେ ଏକ ଅସାମାଜିକ ବ୍ୟକ୍ତିକୁ ପ୍ରାର୍ଥୀ କରାଯାଇଛି । ତେଣୁ କଂଗ୍ରେସ ଦଳର ନେତୃମଣ୍ଡଳୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳ ଛାଡ଼ିଥିବା କହିଛନ୍ତି ପ୍ରମୋଦ । ପାରାଦ୍ୱୀପ ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ ସମସ୍ତ କଂଗ୍ରେସ ନେତାଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରମୋଦଙ୍କ ବିଜେଡିରେ ଯୋଗଦାନ ଦଳକୁ ଅଧିକ ସଂଗଠିତ କରିବ ବୋଲି କହିଛନ୍ତି ସମ୍ବିତ ।

ପୁରୀ ଜିଲ୍ଲା କଂଗ୍ରେସ କାର୍ୟ୍ୟକାରୀ ସଭାପତି ପୀତବାସ ନାୟକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି । ତାଙ୍କ ସହ ଜିଲ୍ଲା କିଷାନ କଂଗ୍ରେସର ସଭପତି ପ୍ରଦୀପ୍ତ କୁମାର ସାମନ୍ତରାୟ, ପୂର୍ବତନ ଯୁବ କଂଗ୍ରେସ ସଭାପତି ନିରଞ୍ଜନ ନାୟକ ଏବଂ ୩ ଜଣ ପୂର୍ବତନ ସରପଞ୍ଚ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ଟିକେଟ୍ ବଣ୍ଟନରେ ଅନୀୟମିତତା ଏବଂ ନେତୃତ୍ୱକୁ ଦାୟୀ କରି ଇସ୍ତଫା ପତ୍ର ପିସିସି ସଭାପତିଙ୍କୁ ପଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

six + 17 =