ଶ୍ରୀଲଙ୍କା ବିସ୍ଫୋରଣ ପଛରେ ମୁସଲମାନ ମୌଳବାଦୀଙ୍କ ହାତ !

ଶ୍ରୀଲଙ୍କା() ଗତକାଲିର ସିରିଜ୍ ବିସ୍ଫୋରଣ ପରେ ଆଜି ଶ୍ରୀଲଙ୍କାରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଜି ମଧ୍ୟରାତ୍ରୀରୁ ଏହା ଲାଗୁ ହେବ । ଘଟଣା ପଛରେ ମୁସଲମାନ ମୌଳବାଦୀ ନେସନାଲ ଥୌଇତ୍ ଜମାତ୍ (ଏନ୍ଟିଜେ)ର ହାତ ରହିଛି ବୋଲି ଶ୍ରୀଲଙ୍କା ସରକାର ଅନୁମାନ କରୁଛନ୍ତି । ଏ ସମ୍ପର୍କରେ ସରକାରଙ୍କ ମୁଖପାତ୍ର ରଜିଥା ସେନାରତ୍ନେ କିଛି ସମୟ ପୂର୍ବରୁ ସୂଚନା ଦେଇଛନ୍ତି । ତେବେ ଏମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ କେହି ସହଯୋଗ କରିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । ଆଜି ମଧ୍ୟରାତ୍ରୀରୁ ଜରୁରୀ ପରିସ୍ଥିତି ଲାଗୁ ହେବ । ସେହିପରି ରାତି ୮ଟାରୁ ଭୋର ୪ଟା ପର୍ୟ୍ୟନ୍ତ କଫ୍ୟୁ ଜାରି କରାଯାଇଛି ।

ଅନ୍ୟପକ୍ଷରେ ଆଜି କଲମ୍ବୋର ଏକ ଚର୍ଚ୍ଚ ନିକଟରେ ଥିବା ଭ୍ୟାନ୍ରୁ ବୋମା ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ଫୋରଣ ଘଟିଛି । ଅନ୍ୟ ତିନିଟି ସ୍ଥାନରେ ଲଗା ଯାଇଥିବା ବୋମାକୁ ନିଷ୍କ୍ରିୟ କରାଯାଇଛି । ଗତକାଲି ଶ୍ରୀଲଙ୍କାର ୮ଟି ଜାଗାର ବିସ୍ଫୋରଣ ଫଳରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × four =