ସାରା ଦେଶରେ ବିଜେପିର ଦୁର୍ଗ ପତନ ଆରମ୍ଭ ହେଲାଣି : ନବୀନ

ଶାନ୍ତି ଭଙ୍ଗ କରୁଛି ବିଜେପି

କଟକ () କଟକ ଓ ଜଗତସିଂହପୁର ନିର୍ବାଚନ ପ୍ରଚାର ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ ବିଜେପି ଉପରେ ବର୍ଷିଛନ୍ତି । ଏପରିକି ବିଜେପି ନିର୍ବାଚନରେ ହିଂସାର ପନ୍ଥା ଆପଣେଇଛି ବୋଲି ସେ ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ,  ନିର୍ବାଚନ ବେଳେ ବିଜେପିର ବଡ ବଡ ନେତାମାନଙ୍କର ଓଡିଶା କଥା ମନେ ପଡେ ।  ବନ୍ୟା ହେଲା ଆସିଲେନି । ଫାଇଲିନ ହେଲା ଆସିଲେନି । ହୁଡ ହୁଡ ହେଲା ଆସିଲେନି । ତିତିଲି ହେଲା ଆସିଲେନି । ମରୁଡି ହେଲା ଆସିଲେନି । କିନ୍ତୁ ଏବେ ଆସୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

୧୯୯୯ ମହାବାତ୍ୟାର ଅବସ୍ଥା ନୂଆ ଭୋଟର ବନ୍ଧୁମାନେ ଜାଣି ନଥିବେ । ଚାଷବାସ ସବୁ ନଷ୍ଟ ହୋଇଯାଇଥିଲା ୧୯୯୯ ମହାବାତ୍ୟାରେ ଗଭୀର ମାତ୍ରାରେ ଛାରଖାର ହୋଇଯାଇଥିବା ଓଡିଶା ଏବଂ ଓଡିଶାରେ ଲୋକମାନଙ୍କ ପାଖରେ ମୁଠାରେ ଖାଇବାକୁ ଦାନା ନଥିଲା । ଚାଷବାସ ସବୁ ନଷ୍ଟ ହୋଇଯାଇଥିଲା । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆମେ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରୁଥିଲୁ । ହେଲେ ସେ ଅବସ୍ଥା ଏବେ ନାହିଁ । ଆଜି ଓଡିଶା ପ୍ରଗତି ପଥେ ଆଗେଇ ଚାଲିଛି । କେରଳ ଭଳି ରାଜ୍ୟ ତଥା ଅନ୍ୟ ରାଜ୍ୟମାନଙ୍କୁ ସାହାର୍ଯ୍ୟ କରୁଛି । କଣ ଏହା ପରିବର୍ତ୍ତନ ନୁହେଁ ? ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ନବୀନ କହିଛନ୍ତି, ଦିନ ଥିଲା ଓଡଶା ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା କିନ୍ତୁ ଆଜିର ଦିନରେ ଓଡିଶା ଅନ୍ୟ ରାଜ୍ୟକୁ ଚାଉଳ ଯୋଗାଉଛି । କଣ ଏହା ପରିବର୍ତ୍ତନ ନୁହେଁ ? ୨୦୦୦ ମସିହାରେ ଓଡିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା । ହେଲେ ଏବେ ରାଜ୍ୟରେ ୯ଟି ସରକାରୀ ମେଡିକାଲ କଲେଜ । କଣ ଏହା ପରିବର୍ତ୍ତନ ନୁହେଁ ? ସେହିପରି ରାଜ୍ୟର ସବୁ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । କଣ ଏହା ପରିବର୍ତ୍ତନ ନୁହେଁ ? ଆଜି ଓଡିଶା ଦେଶର ସ୍ପୋଟର୍ସ କ୍ୟାପିଟାଲ ଭାବେ ବିଶ୍ବ ଦରବାରରେ ସ୍ଥାନ ପାଇଛି । କଣ ଏହା ପରିବର୍ତ୍ତନ ନୁହେଁ ? ଏସବୁ କେବଳ ସମ୍ଭବ ହୋଇଛି, ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ ଯୋଗୁ ।

ମିଛ, ହିଂସା ଓ ଗୁଣ୍ଡାଗିରି ଭାରତୀୟ ଜନତା ପାର୍ଟିର ମୁଖ୍ୟ ଏଜେଣ୍ଡା । ବେଲରେ ଆସିଥିବା କି୍ରମିନାଲ ମାନଙ୍କୁ ବିଜେପି ପ୍ରାର୍ଥି କରୁଛି । ଏହା ଆମ ସଂସ୍କୃତିର ବିରୋଧୀ । ଲୋକ ବିଜେପିକୁ ଉଚିତ ଜବାବ ଦେବେ । ସାରାଦେଶରେ ବିଜେପିର ଦୁର୍ଗ ପତନ ଆରମ୍ଭ ହେଲାଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ କହିଛନ୍ତି, ‘କାଳିଆ’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ୟ୍ୟନ୍ତ ‘କାଳିଆ’କୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ ବିଜେଡି ପୁନର୍ବାର କ୍ଷମତାକୁ ଆସିଲେ ସରକାର ଗଢିବାର ପ୍ରଥମ ଦିନରେ ହିଁ କାଳିଆର ଦୁଇ କିସ୍ତିର ଟଙ୍କା ଚାଷୀଙ୍କୁ ମିଳିବ ବୋଲି କହିଛନ୍ତି ନବୀନ ।

ଆପଣମାନେ ମୋର ପରିବାର । ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣ ମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଂଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

sixteen − four =