ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୋଟିଏ ଦିନ ପରେ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡ଼ିଜେଲର ଦରରେ ବୃଦ୍ଧି ଘଟିଛି। ବିଭିନ୍ନ ସ୍ଥାନରେ ତୈଳଦର ୨୫ ରୁ ୨୮ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଏକାଧିକ ସହରରେ ପୋଟ୍ରାଲ ୧୦୦ ଟଙ୍କା ଅତିକ୍ରମ କରିସାରିଥିବା ବେଳେ ଡିଜେଲ ଦାମ ମଧ୍ୟ ୧୦୦ ଟପିଛି। ମୁମ୍ବଇରେ ପେଟ୍ରୋଲ ଦର ଲିଟର ପିଛା ୧୦୩.୬୩ରେ ବିକ୍ରି କରାଯାଉଥିବା ବେଳେ ଗତକାଲି ଏହା ୧୦୩.୩୬ ରହିଥିଲା।

ଏହାସହ ପେଟ୍ରୋଲ ୨୭ ପଇସା ମହଙ୍ଗା ହୋଇଛି। ରାଜଧାନୀରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଦାମ ୯୭.୫୦ ଟଙ୍କା ଓ ଡ଼ିଜେଲର ଦାମ ୮୮.୨୩ରେ ପହଞ୍ଚିଛି।

ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ପେଟ୍ରେ।।ଲର ଦାମ ୯୮.୬୫ ଓ ଡିଜେଲର ଦାମ ଲିଟର ପିଛା ୯୨.୮୩ ଟଙ୍କା ରହିଛି। ସେହିପରି କଲକାତାରେ ଆଜି ଡିଜେଲ ଲିଟର ପିଛା ୯୧.୦୮ ଟଙ୍କା ଓ ପେଟ୍ରୋଲର ଦର ୯୭.୩୮ ଟଙ୍କ ରହିଛି।
ପଞ୍ଚମ ଦିନ ଖେଳ ଆରମ୍ଭରୁ ଭାରତକୁ ସଫଳତା

Share

Leave a Reply

Your email address will not be published. Required fields are marked *

17 − 8 =