ଟେଲର ଆଉଟ୍‌

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ଅନ୍ତିମ ଦିନ । ଲଗାତାର ବର୍ଷା ଜାରି ରହିଥିବାରୁ ଖେଳ ବନ୍ଦ ରହିଛି । ତେବେ ଆଜି ଖେଳ ଆରମ୍ଭରୁ ଭାରତକୁ ମିଳିଛି ସଫଳତା । ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳୀ ରସ ଟେଲର ଆଉଟ ହୋଇ ପାଭଭିଲିୟନ ଫେରିଛନ୍ତି । ସାମିଙ୍କ ବଲରେ କ୍ୟାଚ ଆଉଟ୍ ହୋଇଛନ୍ତି ଟେଲର । ସେ ୩୭ଟି ବଲର ସମ୍ମୁଖୀନ ହୋଇ ମାତ୍ର ୧୧ ରନ କରିଛନ୍ତି । ଏହାସହ ନ୍ୟୁଜିଲାଣ୍ଡର ତୃତୀୟ ୱିକେଟର ପତନ ଘଟିଛି । ହେନରି ନିକୋଲାସ ଓ ଅଧିନାୟକ କେନ ୱିଲିୟମସନ ଏବେ ଖେଳ ଜାରି ରଖିଛନ୍ତି । ଭାରତ ୨୧୭ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୧୨୩ ରନରେ ୩ଟି ୱିକେଟର ପତନ ଘଟିଛି ।

Share

Leave a Reply

Your email address will not be published. Required fields are marked *

15 + 6 =