ମାଲ୍ୟାଙ୍କୁ ଫେରାର ହେବାରେ ମିଳିଛି ମୋଦିଙ୍କ ସହଯୋଗ : ରାହୁଲ

ନୂଆଦିଲ୍ଲୀ () ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମାଲ୍ୟା ଦେଶରୁ ଫେରାର ହେବା ପଛରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ଦାୟୀ କରିଛନ୍ତି ।

ରାହୁଲ ଟ୍ୱିଟ୍ ଯୋଗେ କହିଛନ୍ତି କି, ଏକେ ଶର୍ମା ମାଲ୍ୟାଙ୍କ ବିରୋଧରେ ଲଗାଯାଇଥିବା ଲୁକ୍ ଆଉଟ୍ ନୋଟିସକୁ ଦୁର୍ବଳ କରି ଦେଇଥିଲେ । ଫଳରେ ମାଲ୍ୟା ଦେଶ ବାହାରକୁ ଚାଲି ଯାଇଥିଲେ । ଶର୍ମା ଗୁଜୁରାଟ କ୍ୟାଡରର ଅଫିସର ଏବଂ ମୋଦୀଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି । ଏହି ଅଧିକାରୀଙ୍କ ପାଇଁ ନୀରବ ମୋଦୀ ଏବଂ ମେହୁଲ ଚୌକସୀ ଦେଶ ଛାଡି ପଳାଇଛନ୍ତି ବୋଲି ରାହୁଲ କହିଛନ୍ତି ।

ଏହା ପୂର୍ବରୁ ଗତକାଲି ରାହୁଲ ଅଭିଯୋଗ କରିଥିଲେ କି, ସିବିଆଇର ନୋଟିସକୁ ଜାଣିଶୁଣି ବଦଳା ଯାଇଥିଲା । ଏହା ପଛରେ ମୋଦୀଙ୍କ ହାତ ଥିବା ସେ କହିବା ସହ ମୋଦୀଙ୍କ ଅଜାଣତରେ ଏହା କିପରି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଥିଲେ ।

ସୂଚନାଯୋଗ୍ୟ କି, ବୁଧବାର ଦିନ ମାଲ୍ୟାଙ୍କ ବୟାନ ପରେ ରାଜନୀତି ସରଗରମ ରହିଛି ।  ସେ ବିଦେଶ ଯିବା ପୂର୍ବରୁ ବିଜେପି ନେତା ତଥା ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଥିବା କହିଥିଲେ । ଯାହାକୁ ନେଇ ବିଜେପିକୁ ଆକ୍ରମଣ କରିଛି କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

18 + three =