ଟି-୨୦ ବିଶ୍ୱକପ ଲାଗି ଗାଭାସ୍କର ବାଛିଲେ ୧୫ ଜଣିଆଁ ଭାରତୀୟ ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଯେତିକି ପାଖଉଛି କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ୁଛି । ତେବେ ପ୍ରାୟ ସବୁଦେଶ ନିଜର ବିଶ୍ୱକପ ସ୍କ୍ୱାର୍ଡ ଘୋଷଣା କରିସାରିଲେଣି । ତେବେ ଭାରତ ଏଯାବତ ଦଳ ଘୋଷଣା କରିନାହିଁ । ଏବେ ଭାରତୀୟ ଦଳରେ ବହୁ ଷ୍ଟାର ଖେଳାଳୀ ରହିଛନ୍ତି । ସମସ୍ତେ ଫର୍ମରେ ରହିଥିବାରୁ କାହାକୁ ସ୍ଥାନ ଦିଆଯିବ ତାଉପରେ ରହିଛି ସମସ୍ତଙ୍କ ନଜର । ଏହାରି ଭିତରେ ନିଜର ମନପସନ୍ଦର ଭାରତୀୟ ଟିମ୍ ବାଛିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ନଜର ପକାନ୍ତୁ କାହାକୁ ଦେଇଛନ୍ତି ଦଳରେ ସ୍ଥାନ ।
ବ୍ୟାଟ୍ସମ୍ୟାନ: ରୋହିତ ଶର୍ମା, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ
ଉଇକେଟ କିପର: କେ.ଏଲ ରାହୁଲ, ରିଷଭ ପନ୍ତ
ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର
ଦ୍ରୁତ ବୋଲର: ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର
ସ୍ପିନର: ୟୁଜବେନ୍ଦ୍ର ଚହଲ

Share

Leave a Reply

Your email address will not be published. Required fields are marked *

one + ten =